ଅନୁଗୁଳ, ଜାନୁଆରୀ ୧୩(ଲୋକାଲ ୱାୟାର): ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ହଣ୍ଡପା ଥାନାଞ୍ଚଳର କେନ୍ଦୁସାହି ଗ୍ରାମରେ ଜଣେ ଯୁବକଙ୍କୁ ତାଙ୍କ ପରିବାର ଲୋକେ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି ।
ଗ୍ରାମର ରାଜକିଶୋର ପ୍ରଧାନ (୨୫) ନାବକ ଯୁବକ ଘରେ ସବୁ ଦିନ ମଦ ପିଇ ଉତ୍ପାତ କରୁଥିବାରୁ ପରିବାର ଲୋକେ ଅତିଷ୍ଠ ହୋଇ ରହୁଥିଲେ ।
ମଙ୍ଗଳବାର ସମସ୍ତେ ଉତକ୍ଷିପ୍ତ ହୋଇ ରାଜକିଶୋରକୁ ଗାଁ ଦାଣ୍ଡରେ ଏକ ଖୁଣ୍ଟରେ ବାନ୍ଧି ନିଆଁ ଲଗାଇ ଦେଇଥିଲେ ।
ପରିବାର ଲୋକେ ପଳାଇଯାଇଥିବା ବେଳେ ପୁଲିସ ଖବର ପାଇ ରାଜକିଶୋରଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଡାକ୍ତରଖାନା ନେବା ବେଳେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।
ପରେ ପୁଲିସ ପରିବାରର କେତେ ଜଣ ସଦସ୍ୟଙ୍କୁ ଉଠାଇ ନେଇ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି ।
ଲୋକାଲ ୱାୟାର
Leave a Reply