ଭୁବନେଶ୍ୱର,ମାର୍ଚ୍ଚ ୨୯(ଲୋକାଲ ୱାୟାର): ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରର ପ୍ରତ୍ୟୁଷଙ୍କ ବାର୍ତ୍ତାକୁ ଉଲ୍ଲେଖ କରିଛନ୍ତି ।
୨୧ ଦିନର ଲକ୍ ଡାଉନ ସମୟରେ ଜନସାଧାରଣ ହେଉଥିବା ହଇରାଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଲକ୍ ଡାଉନ ସମୟରେ ଦେଶର ବିଭିନ୍ନ ଭାଗରୁ ଭିନ୍ନ ଭିନ୍ନ ବର୍ଗର ଲୋକମାନେ କିପରି ସମୟ କାଟୁଛନ୍ତି ତାହା ଉଲ୍ଲେଖ କରିଥିଲେ ।
ଏଥିସହ ନମୋ ଆପ୍ ରେ ଅନେକ ଲୋକ ବର୍ତ୍ତମାନର ନିଜ ଜୀବନ ଶୈଳୀ ସମ୍ପର୍କରେ ଉଲ୍ଲେଖ କରିଥିବା ବାର୍ତ୍ତାକୁ ଉଲ୍ଲେଖ କରିଥିଲେ ।
ଭୁବନେଶ୍ୱରର ପ୍ରତ୍ୟୁଷ ମଧ୍ୟ ନମୋ ଆପ୍ ରେ ତାହା ଉଲ୍ଳେଖ କରିଥିଲେ । ଲକ୍ ଡାଉନ ସମୟରେ ସେ ପୁସ୍ତ ପଢ଼ିବାରେ ସମୟ କାଟୁଛନ୍ତି ।
ଏଥିପାଇଁ ଆଗରୁ ସମୟ ମିଳୁ ନଥିଲା । ଏହାକୁ ଉଦାହରଣ ଭାବେ ମନ୍ କୀ ବାତ୍ ରେ ବର୍ଣ୍ଣନା କରିଛନ୍ତି ପ୍ରଧାନମନ୍ତ୍ରୀ ।
ଲୋକାଲ ୱାୟାର
Leave a Reply