ଭୁବନେଶ୍ୱର, ଅଗଷ୍ଟ ୨୯(ଲୋକାଲ ୱାୟାର): ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଶନିବାର ଜଷ୍ଟିସ୍ ଏ.ଏମ.ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଓଡ଼ିଶା-ଛତିଶଗଡ଼ ଜଳ ବିବାଦ ମାମଲାର ଶୁଣାଣି ହୋଇଥିବା ବେଳେ ପରବର୍ତ୍ତୀ ଶୁଣାଣି ପାଇଁ ଅକ୍ଟୋବର ୩ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି ।
ଶୁଣାଣି ଅବସରରେ ଖଣ୍ଡପୀଠ ମୋଟ ୪୬ଟି ପ୍ରସଙ୍ଗକୁ ଚୂଡ଼ାନ୍ତ କରିଛନ୍ତି । ଏଥିସହ ସମୀକ୍ଷକ (ଆସେସର)ମାନଙ୍କୁ କ୍ରିଷ୍ଣା-କାବେରୀ ପରି କମନ୍ ଫର୍ମାଟ ପ୍ରସ୍ତୁତ କରିବାକୁ ଖଣ୍ଡପୀଠ କହିଛନ୍ତି ।
ଏହି ଫର୍ମାଟକୁ ସମୀକ୍ଷକମାନେ ଟ୍ରିବ୍ୟୁନାଲରେ ଦାଖଲ କରିବେ । ଦୁଇ ରାଜ୍ୟର ସମୀକ୍ଷକମାନଙ୍କୁ ସମସ୍ତ ଆବଶ୍ୟକ ତଥ୍ୟ ସହ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।
ତଥ୍ୟକୁ ଅନୁଶୀଳନ କରିବା ପରେ ଟ୍ରିବ୍ୟୁନାଲରେ ଦାଖଲ କରିବେ । ଏହା ପରେ ଦୁଇ ରାଜ୍ୟର ଟେକ୍ନିକାଲ ଟିମ୍ କମନ୍ ଫର୍ମାଟ ଉପରେ ଆଲୋଚନା କରିବାକୁ ଖଣ୍ଡପୀଠ ନିଦେ୍ର୍ଦଶ ଦେଇଛନ୍ତି ।
ଲୋକାଲ ୱାୟାର
Leave a Reply