ଭୁବନେଶ୍ୱର, ମାର୍ଚ୍ଚ ୮(ଲୋକାଲ ୱାୟାର): ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ ଅର୍ଥ ରଖି ଲୁଟ୍ କରିବାକୁ ହୋଇଥିବା ଷଡ଼ଯନ୍ତ୍ରର ପର୍ଦ୍ଦଫାଶ କରାଯାଉ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।
ସେ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଦିନଠୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ନିଷ୍ଠା ନଥିବା ସ୍ପଷ୍ଟ ହୋଇସାରିଛି ।
କୋଟି କୋଟି ଭକ୍ତଙ୍କ ଭାବବେଗ ସହ ଜଡିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କାର ବୃହତ ଅର୍ଥରାଶିକୁ ସରକାରଙ୍କର ଅର୍ଥ ରଖିବା ତାଲିକାଭୁକ୍ତ ହୋଇନଥିବା ଏକ ଘରୋଇ ବ୍ୟାଙ୍କରେ ଏକପାଖିଆ ଏବଂ ସମସ୍ତଙ୍କ ଅଗୋଚରରେ ଜମା ରଖିବା ପଛରେ ମନ୍ଦ ଉଦେ୍ଦଶ୍ୟ ରହିଥିବାର ସ୍ପଷ୍ଟ ହେଉଛି ।
ଶ୍ରୀ ହରିଚନ୍ଦନ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୩ଟି ଚିଠିକୁ ଉଲ୍ଲେଖ କରିଛନ୍ତି ।
ପ୍ରଥମ ଚିଠିକୁ ଉଲ୍ଲେଖ କରି କହିଛନ୍ତି ଯେ, ଏସଏଲବିସିଙ୍କ ଗାଇଡଲାଇନକୁ ଆଧାର କରି ରାଜ୍ୟ ସରକାରଙ୍କ ତକ୍ରାଳୀନ ତକ୍ରାଳୀନ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନ ରାଜ୍ୟ ସରକାରଙ୍କ ଅର୍ଥ କେଉଁ କେଉଁ ବ୍ୟାଙ୍କରେ ଜମା ରହିବ, ତାର ଏକ ତାଲିକା ୨୦୧୭ ମସିହାରେ ଦେଇଥିଲେ ।
ଏହି ତାଲିକାରେ ୨୨ଟି ବିଭିନ୍ନ ରାଷ୍ଟ୍ରାୟତ ଏବଂ ବୃହତ ବ୍ୟାଙ୍କ ଏବଂ ୩ଟି ସମବାୟ ବ୍ୟାଙ୍କର ନାମ ଉଲ୍ଲେଖ କରିଥିଲେ ।
ଏହି ତାଲିକାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାନ ଅର୍ଥରାଶି ଜମା ଥିବା ୟେସ୍ ବ୍ୟାଙ୍କର ନାମ ଯୋଗ୍ୟତା ତାଲିକାରେ ନଥିଲା ।
୨୦୧୯ ମସିହା ମାର୍ଚ୍ଚ ମାସରେ ରାଜ୍ୟ ସରକାର ତାଲିକାଭୁକ୍ତ ହୋଇନଥିବା ୟେସ୍ ବ୍ୟାଙ୍କରେ ଫିକ୍ସ ଡିପୋଜିତ ମାଧ୍ୟମରେ ୫୪୫ କୋଟି ଟଙ୍କା ଏବଂ ଫ୍ଲେକ୍ସି ଡିପୋଜିଟ ମାଧ୍ୟମରେ ୪୭ କୋଟି ଟଙ୍କା ଜମା କରିଥିଲେ ବ୍ୟାଙ୍କ ପରିଚାଳନା ପାଇଁ ।
ୟେସ୍ ବ୍ୟାଙ୍କର ସ୍ଥିତି ଦିନକୁ ଦିନ ଖରାପ ହୋଇ ଚାଲିଥିଲା ।
ଏଭଳି ସ୍ଥିତିରେ ତିରୁପତି ମନ୍ଦିର ଟ୍ରଷ୍ଟ ଜମା ରଖିଥିବା ୧୩୦୦କୋଟି ଟଙ୍କା ଉଠାଇ ନେଇଥିବାବେଳେ ରାଜ୍ୟ ସରକାର ଉବଂ ଜଗନ୍ନାଥ ମନ୍ଦିର ପ୍ରଶାସନ ଚିନ୍ତାମୁକ୍ତ ଓ ନୀରବଦ୍ରଷ୍ଟା ସାଜିଥିଲେ ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ୨୦୧୯ ମସିହା ଜୁଲାଇ ମାସରେ ତକ୍ରାଳୀନ ଅର୍ଥ ସଚିବ ଶ୍ରୀ ଅଶୋକ ମୀନାଙ୍କ ନିଦେ୍ର୍ଦଶାବଳୀ ଆଧାରରେ ୟେସ୍ ବ୍ୟାଙ୍କକୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା ।
ଯଦିଓ ୟେସ୍ ବ୍ୟାଙ୍କର ଯୋଗ୍ୟତା, କ୍ରେଡେନସିଆଲ ଆଦି ମାନ୍ୟତା ଯୋଗ୍ୟ ନଥିଲା ।
ତାଲିକାଭୁକ୍ତ ହେବାର ୪ ମାସ ପୂର୍ବରୁ ୟେସ୍ ବ୍ୟାଙ୍କରେ କେଉଁ ଆଧାରରେ ଏବଂ କାହା ନିଦେ୍ର୍ଦଶରେ ଏତେ ବଡ ମାତ୍ରାର ଅର୍ଥ ରାଶି ଜମା କରାଯାଇଥିଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ବ୍ୟାଙ୍କରେ ଗଚ୍ଛିତ ଥିବା ସରକାରୀ ଅର୍ଥରାଶିକୁ ଅନ୍ୟ ବ୍ୟାଙ୍କରେ ଟ୍ରାନ୍ସଫର କରିବା ଦ୍ୱାରା ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତିର ସମ୍ଭାବନା ରହିଛି ବୋଲି ତକ୍ରାଳୀନ ଅର୍ଥ ସଚିବ ସିଏଜିଙ୍କ ନିଦେ୍ର୍ଦଶକୁ ଆଧାର କରି ଏଭଳି ଟ୍ରାନ୍ସଫର ଉପରେ ରୋକ ଲାଗୁ କରିବାକୁ ନିଦେ୍ର୍ଦଶ ଦେଇଥିଲେ ।
ଏହା ସତ୍ୱେ କାହିଁକି ଏବଂ କାହା ନିଦେ୍ର୍ଦଶରେ ମାନ୍ୟତା ହ୍ରାସ ପାଉଥିବା ୟେସ୍ ବ୍ୟାଙ୍କରେ ଜମା ରଖାଗଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
ଲୋକାଲ ୱାୟାର
Leave a Reply