ଭୁବନେଶ୍ୱର, ମାର୍ଚ୍ଚ ୪(ଲୋକାଲ ୱାୟାର): ଆସନ୍ତା ୧୧ ତାରିଖରେ ପଡ଼ୁଛି ମହାଶିବରାତ୍ରୀ । ସେହି ଅବସରରେ ତାଣ୍ଡବ ହେବ ।

କିନ୍ତୁ ମନ୍ଦିର ନୁହେଁ ବରଂ ପ୍ରେକ୍ଷାଳୟ ତାଣ୍ଡବ ହେବ । ଡମ୍ବରୁ ନୁହେଁ ଡଲବି ଡିଜିଟାଲ୍ ସାଉଣ୍ଡରେ କମ୍ପିବ ପୂରା ପରିବେଶ ।

କାରଣ ମହାଦେବ ଫିଲ୍ମସ୍ ହୋମ୍ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର ‘ତାଣ୍ଡବ’ ଏହିଦିନରେ ସାରା ଓଡ଼ିଶାରେ ମୁକ୍ତିଲାଭ କରୁଛି ।

ପୂର୍ବରୁ ସିନେମାର ଫାଷ୍ଟ୍ ଲୁକ୍ ଆସିଥିଲା ଏବେ ଟ୍ରେଲ୍ର ଆସିଛି । ଯାହାକୁ ଦର୍ଶକ ଦେଖି ଖୁବ୍ ପସନ୍ଦ କରିଛନ୍ତି ।

ସୋସିଆଲ୍ ମିଡିଆରେ ଲାଇକ୍, ଶେୟାର ସହ ମତାମତ ରଖିଛନ୍ତି । ସେଥିରୁ ଲାଗୁଛି ସିନେମାଟି ପ୍ରେକ୍ଷାଳୟରେ ବହୁତ ଭଲ ଚାଲିବ ।

ସିନେମାରେ‘ଟିକେ ଖରା ଟିକେ ଛାଇ’ର ଫେମ୍ ଦେବାଶିଷ ପତିଙ୍କ ସହ ନାୟିକା ଅନୀଷା ଲିଡରେ ରହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ, ପୁଷ୍ପା ପଣ୍ଡା, ଚନ୍ଦ୍ରାଣି, ମନୋଜ ମିଶ୍ର, ବଗଲା, ଅମରେଶ, ଚିଣ୍ଟୁ, ମିଲନ, ନିଆଜା, ବିବେକ, ପିଙ୍କି, ବର୍ଷା, ମିଲି, ଜିତେନ୍ଦ୍ର, ଛୋଟୁ ପ୍ରମୁଖ ଅଭିନୟ କରିଛନ୍ତି ।

ପ୍ରଯୋଜନା କରିଛନ୍ତି ଜିତେନ୍ଦ୍ର କୁମାର ଚାନ୍ଦ ଓ ସନ୍ଦୀପ ସାହୁ । କାହାଣୀ ଲେଖିଛନ୍ତି ଜିତେନ୍ଦ୍ର ଏବଂ ଗୀତ ରଚନା କରିଛନ୍ତି ପ୍ରବୀଣ କୁମାର ଏବଂ ରାକେଶ ଦାଶ । ମ୍ୟୁଜିକ୍ ଦେଇଛନ୍ତି ଅଗ୍ନିରାଜ କିଶୋର ।

ଆକ୍ସନରେ ଜୁଡୋ ରାମୁ ସହଯୋଗ କରିଛନ୍ତି । ରବୀନ୍ଦ୍ର ବେହେରା କ୍ୟାମେରା ପରିଚାଳନା କରିଛନ୍ତି ।

ସମ୍ପାଦନାରେ ମାନସ କୁମାର ସାହୁ, ପ୍ରଚ୍ଛଦପଟ୍ଟ ସଙ୍ଗୀତରେ ଅନୁପ, ନବ୍ସ ଏବଂ ସରୋଜ ରହିଥିବାବେଳେ ଚିତ୍ରନାଟ୍ୟ ଓ ସଂଳାପରେ ସହଯୋଗ କରିଛନ୍ତି ରେଡ୍ ସାଗା ।

ଏହି ଚଳଚ୍ଚିତ୍ର ମାଧ୍ୟମରେ ସିନେ ଜଗତକୁ ପ୍ରବେଶ କରିଛନ୍ତି ନିଦେ୍ର୍ଦଶକ ପୃଥ୍ୱିରାଜ ପଟ୍ଟନାୟକ । ସେ ଚିତ୍ରନାଟ୍ୟ ଓ ନିଦେ୍ର୍ଦଶନା ଭାର ସମ୍ଭାଳିଛନ୍ତି ।

ଲୋକାଲ ୱାୟାର