ବଲାଙ୍ଗୀର, ସେପ୍ଟେମ୍ବର ୪(ଲୋକାଲ ୱାୟାର): ଜନୈକା ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିବାରୁ ଏହାର ତଦନ୍ତ ପରେ ରାଜ୍ୟ ସରକାର ବଲାଙ୍ଗିର ଉପଜିଲ୍ଲାପାଳ ସଞ୍ଜୟ ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଶନିବାର ବରିଷ୍ଠ ଅଧିକାରୀ କହିଛନ୍ତିି ।
ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଆଣିଥିଲେ ଯେ ଉପଜିଲ୍ଲାପାଳ ନିଜ କ୍ୟାବିନରେ ତାଙ୍କ ପ୍ରତି ଅସଦାଚରଣ କରିଛନ୍ତି ।
ଏହି ଅଭିଯୋଗ ମିଳିବା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ଏକ ୩ ଜଣିଆ କମିଟି ଗଠନ କରିଥିଲେ ।
ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ହୋଇଥିବା ଏହି କମିଟି ସମ୍ମୁଖରେ ସଂପୃକ୍ତ ମହିଳା କର୍ମଚାରୀ ତାଙ୍କ ଅଭିଯୋଗ ନେଇ ବୟାନ ରଖିଥିଲେ ।
ତୁରନ୍ତ ଉପଜିଲ୍ଲାପାଳଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ବଦଳି କରିବାକୁ ମହିଳା ଜଣଙ୍କ ଦାବି କରିଥିଲେ ।
ଅପରପକ୍ଷରେ ଏହି ଅଭିଯୋଗ ସମ୍ପର୍କରେ ଉପଜିଲ୍ଲାପାଳ ଗଣମାଧ୍ୟମକୁ କିଛି ପ୍ରତିକ୍ରିୟା ଦେଇନାହାନ୍ତି ।
ଲୋକାଲ ୱାୟାର
Leave a Reply