ଭୁବନେଶ୍ୱର, ଅକ୍ଟୋବର ୩(ଲୋକାଲ ୱାୟାର): ରାଜ୍ୟରେ ମାଓବାଦୀ ବିରୋଧୀ ଅଭିଯାନକୁ ତ୍ୱରାନ୍ୱିତ କରିବା ସହ ଏ ସମ୍ପର୍କରେ ରଣନୀତି ପ୍ରସ୍ତୁତ କରିବାକୁ ଶନିବାର ଭୁବନେଶ୍ୱରରେ କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଏକ ବୈଠକରେ ଆଲୋଚନା କରିଛନ୍ତି ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାର, ସିଆରପିଏଫ ଡିଜି ଏ.ପି. ମାହେଶ୍ୱରୀ, ବିଏସଏଫର ସ୍ୱତନ୍ତ୍ର ଡିଜି କୁଲଦୀପ ସିଂହ, ଅତିରିକ୍ତି ଡିଜି ଏସ୍.ଏଲ୍ ଥାଓସନ୍, ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା, ଆଇଜି (ଅପରେସନ୍) ଅମିତାଭ ଠାକୁରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଥିଲେ ।
ମାଓବାଦୀ ବିରୋଧୀ ଅଭିଯାନରେ ରାଜ୍ୟ ଓ କେନ୍ଦ୍ରୀୟ ବଳ ମଧ୍ୟରେ ସମନ୍ୱୟ, ନୂତନ ରଣନୀତି ବାବଦରେ ଆଲୋଚନା ହୋଇଥିଲା ।
କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳର ଶୀଘ୍ର ପୁନଃ ମୁତୟନ ପ୍ରସଙ୍ଗ ଏବଂ ଆନ୍ଧ୍ର-ଓଡ଼ିଶା ପୁଲିସ୍ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।
ଲୋକାଲ ୱାୟାର
Leave a Reply