ଭୁବନେଶ୍ୱର, ଅଗଷ୍ଟ ୭(ଲୋକାଲ ୱାୟାର): ରାଜ୍ୟର ଅର୍ଥନୈତିକ ପ୍ରଗତି ଓ କୃଷକମାନଙ୍କର ଆୟବୃଦ୍ଧି ଦିଗରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ ।
ଏଥିପାଇଁ ରାଜ୍ୟ ସରକାର କୃଷି ସହ ଆନୁସଙ୍ଗିକ କ୍ଷେତ୍ରକୁ ପ୍ରାଥମିକତା ଦେଉଛନ୍ତି ।
ମାଛ, କୁକୁଡ଼ା, ଅଣ୍ଡା, ଦୁଗ୍ଧ ଆଦି ଉତ୍ପାଦନ କ୍ଷେତ୍ରରେ ରାଜ୍ୟକୁ ସ୍ୱାବଲମ୍ବୀ କରିବା ସହ ଏହା କିପରି ଭିନ୍ନ ପରିଚିତି ପାଇ ପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କହିଛନ୍ତି ।
ଏନେଇ ଆୟୋଜିତ ବୈଠକରେ କୃଷି ଓ କୃଷି ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଡ ଅରୁଣ କୁମାର ସାହୁ କହିଛନ୍ତି ମତ୍ସ୍ୟଚାଷୀ ପରିବାରକୁ କିଷାନ୍ କ୍ରେଡିଟ୍ କାର୍ଡ ଯୋଗାଇ ଦେବା ଲକ୍ଷ୍ୟରେ ଜୁନ୍ ୧୦ ତାରିଖରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଅଭିଯାନ ଗ୍ରହଣ କରାଯାଇଛି ।
ଯେଉଁଥିରେ କୁହାଯାଇଛି ମତ୍ସ୍ୟଚାଷୀମାନେ ଆବେଦନ ପତ୍ର ଗୁଡ଼ିକ ସଂପୃକ୍ତ ବ୍ୟାଙ୍କଗୁଡ଼ିକୁ ଅଗଷ୍ଠ ୩୧ ସୁଦ୍ଧା ପ୍ରେରଣ କରିବା ଦରକାର ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍ ଅନ୍ତର୍ଗତ ବାୟୋଫ୍ଲେକ୍ସ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ମାଛଚାଷ ଏବଂ ପଲିଲାଇନିଂ ଚିଙ୍ଗୁଡ଼ି ଚାଷ ଉପରେ ଗୁରୁତ୍ୱ ଦିଆଯାଇ ଚାଷୀମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ ।
ଏଥିସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଗ୍ରାମପଞ୍ଚାୟତ ପୋଖରୀରେ ମାଛଚାଷ ନିମନ୍ତେ ପ୍ରୋତ୍ସାହିତ କରାଯାଉଛି ।
ଏଥିପାଇଁ ବ ର୍ମାନ ସୁଦ୍ଧା ୧୬୦୦ ହେକ୍ଟର ଗ୍ରାମପଞ୍ଚାୟତ ପୋଖରୀ ଭିତରୁ ୧୫୯୩.୮୦ ହେକ୍ଟର ପୋଖରୀ ଚିହ୍ନଟ କରାଯାଇଥିବା ବେଳେ ୮୭୯.୦୧ ହେକ୍ଟର ଗ୍ରାମପଞ୍ଚାୟତ ପୋଖରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦୀର୍ଘମିଆଦି ସୂତ୍ରରେ ଲିଜ୍ ଦିଆଯାଇଛି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍ରେ ମାଛ ପୋଖରୀରେ ମାଛ ଚାଷକୁ ଅଧିକ ବ୍ୟାପକ କରିବା ପାଇଁ ହିତାଧିକାରୀ ଚୟନ ଓ ଅନୁମୋଦନ ପ୍ରକ୍ରିୟାକୁ ୨୦୨୦ ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ ।
ବୈଠକରେ ଗୋ ସମ୍ପଦକୁ ବିଭିନ୍ନ ପ୍ରକାର ରୋଗ ପ୍ରକୋପରୁ ରକ୍ଷା କରିବା ଦିଗରେ କରାଯାଉଥିବା ଟିକାକରଣ କାର୍ଯ୍ୟକ୍ରମକୁ ଧାର୍ଯ୍ୟ ସମୟ ଭିତରେ ଶେଷ କରିବାକୁ ଗୁରୁତ୍ୱ ଦିଆଯାଇଥିଲା ।
ଜାତୀୟ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଫେଜ୍-୨ରେ ୧୫ ଲକ୍ଷ ଗୋ ସମ୍ପଦକୁ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି ।
ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୦ରୁ ଆରମ୍ଭ କରାଯିବ ଏବଂ ପ୍ରତ୍ୟେକ ଜିଲ୍ଲାରେ ୫୦୦ ଗ୍ରାମକୁ ଏଥି ନିମନ୍ତେ ଚିହ୍ନଟ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଏହାଛଡା ଡିପଲିଟର ପଦ୍ଧତିରେ ୫୦୦ ୪ମତା ବିଶିଷ୍ଟ କୁକୁଡ଼ା ଚାଷ, ୧୦୦୦ଟି କ୍ଷମତାବିଶିଷ୍ଟ ଅଣ୍ଡାଦିଆ କୁକୁଡ଼ା ଚାଷ, ୨୦୦ଟି କ୍ଷମତାବିଶିଷ୍ଟ ଡିପଲିଟର ପଦ୍ଧତିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଅଣ୍ଡାଦିଆ କୁକୁଡ଼ା ଚାଷ ପାଇଁ ମନ୍ତ୍ରୀ ଶ୍ରୀ ସାହୁ ପ୍ରୋତ୍ସାହିତ କରିଥିଲେ ।
ଆୟୋଜିତ ଭର୍ଚ୍ଚୁଆଲ୍ ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଡ ସାହୁ ଧାର୍ଯ୍ୟ ଲକ୍ଷ୍ୟକୁ ସମୟସୀମା ମଧ୍ୟରେ ପୂରଣ କରିବା ସହ କୋଭିଡ ୧୯ ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ସ୍ୱତନ୍ତ୍ର ପ୍ୟାକେଜ୍ କାର୍ଯ୍ୟକାରୀ କରି ଲୋକମାନଙ୍କୁ ରୋଜଗାର ଯୋଗାଇଦେବା ଓ ଆୟବୃଦ୍ଧି କରିବା ଦିଗରେ ଅଧିକ କ୍ରିୟାଶୀଳ ହେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ମାଛ ଚାଷୀଙ୍କୁ ଆଗୁଆ ମାଛ ଜାଆଁଳ ଯୋଗାଇ ଦେବାର ଆବଶ୍ୟକତା ରହିଛି ।
ଏଥିପାଇଁ ଚଳିତ ବର୍ଷ ବିଭିନ୍ନ ପ୍ରକାରର ମାଛ ଜାଆଁଳ ସରକାରୀ ଓ ଓପିଡିସି ଫାର୍ମ ଜରିଆରେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଉତ୍ପାଦନ କରିବାକୁ ମନ୍ତ୍ରୀ ଡ ସାହୁ ନିଦେ୍ର୍ଦଶ ଦେଇଥିଲେ ।
ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍ ରଘୁ ପ୍ରସାଦ, ପ୍ରାଣୀ ପାଳନ ଚିକିତ୍ସା ନିର୍ଦ୍ଦେଶକ ରତ୍ନାକର ରାଉତ, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ ସିଡିଭିଓ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।
ଲୋକାଲ ୱାୟାର
Leave a Reply