• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ମାତ୍ର ୫ ହଜାର ଟଙ୍କାରେ ସାଇକେଲ୍ ବାଇକ୍; ଚର୍ଚ୍ଚାରେ ପ୍ରଦୀପ ପରିଜା

ମାତ୍ର ୫ ହଜାର ଟଙ୍କାରେ ସାଇକେଲ୍ ବାଇକ୍; ଚର୍ଚ୍ଚାରେ ପ୍ରଦୀପ ପରିଜା

October 17, 2020 By Amarnath Parida Leave a Comment

ଜଗତସିଂହପୁର, ଅକ୍ଟୋବର ୧୭(ଲୋକାଲ ୱାୟାର): କରୋନା ଯୋଗୁଁ ଚାକିରି ପଳାଇବା ପରେ ଜଗତସିଂହପର ଜିଲ୍ଲା ରଘୁନାଥପୁର ବ୍ଲକ୍ ଶିବପୁର ଗାଁର ଜଣେ ଯୁବକ ନିଜ ସାଇକେଲକୁ ବାଇକରେ ପରିଣତ କରିବାର ନୂତନ ରାସ୍ତା ଖୋଜି ବାହାର କରିଛନ୍ତି ।

ଏହି ସାଇକେଲ ବାଇକ୍ ପ୍ରଦୂଷଣ ମୁକ୍ତ ହୋଇଥିବା ବେଳେ କମ୍ ମୂଲ୍ୟରେ ପ୍ରସ୍ତୁତ ହୋଇ ପାରୁଥିବାରୁ ଲୋକଙ୍କ ଭିତରେ ଏହାକୁ ନେଇ କୌତୁହଳ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁସାରେ ରଘୁନାଥପୁର ବ୍ଲକ୍ ଶିବପୁର ଗାଁର ପ୍ରଦୀପ କୁମାର ପରିଜା ଯୁକ୍ତ ଦୁଇ ବିଜ୍ଞାନ ପଢ଼ା ଶେଷ ହେବା ପରେ ସରକାରୀ ଚାକିରି ପାଇଁ ଚେଷ୍ଟା କରି ସେଥିରେ ବିଫଳ ହାଇଥିଲେ ।

ପରେ ସେ କଟକ ସହରର ଏକ ଘରୋଇ କମ୍ପାନୀରେ ଅତିରିକ୍ତ ଆକାଉଣ୍ଟାଣ୍ଟ ଭାବେ ଯୋଗ ଦେଇଥିଲେ । ଏଥିରେ ଯାହା ଦୁଇ ପଇସା ମିଳୁଥିଲା; ସେଥିରେ ତାଙ୍କର ଗୁଜୁରାଣ ମେଣ୍ଟି ଯାଉଥିଲା ।

କରୋନା ଯୋଗୁଁ ଗତ ଲକଡାଉନରେ ସେ ଚାକିରି କରୁଥିବା କମ୍ପାନୀ ବନ୍ଦ ହୋଇଯିବାରୁ ସେ ନିଜର ଗାଁ ଶିବପୁର ଫେରି ଆସିଥିଲେ ।

କମ୍ପାନୀ ବନ୍ଦ ହୋଇଯିବାରୁ ୫ ପ୍ରାଣୀ କୁଟୁମ୍ବଙ୍କ ପାଇଁ ଚଳିବା କଷ୍ଟକର ହୋଇପଡ଼ିଲା ।

ପରବର୍ତ୍ତୀ ସମୟରେ ସେ ନିଜ ଗୋଡ଼ରେ ଛିଡ଼ା ହୋଇ ଆତ୍ମନିର୍ଭରଶୀଳ ହେବାକୁ ପ୍ରୟାସ ଆରମ୍ଭ କଲେ । ମାତ୍ର ଏହି ସମୟ ଭିତରେ ସେ ଏକ ଦୁର୍ଘଟଣାର ଶିକାର ହେଲେ ।

ଏଥିରେ ତାଙ୍କର ବାମ ଗୋଡ଼ ଭାଙ୍ଗିଯିବାରୁ ସେ ସାଇକେଲ ଚଳାଇବାରେ ଅସମର୍ଥ ହେଲେ । ଅପରପକ୍ଷେ ପଇସା ଅଭାବରୁ ସେ ମୋଟର ସାଇକେଲ କିଣିବା ପାଇଁ ଦେଖୁଥିବା ସ୍ୱପ୍ନ ବି ପୂରଣ ହୋଇ ପାରିଲା ନାହିଁ ।

ଏଭଳି ସି୍ଥତିରେ ସେ ନିଜର ଉପସ୍ଥିତ ବୁଦ୍ଧି ଓ ଜ୍ଞାନକୁ ଉପଯୋଗ କରି ନିଜ ସାଇକେଲକୁ ବାଇକରେ ରୂପାନ୍ତରିତ କରିବା ପାଇଁ ଚିନ୍ତା କଲେ ।

ବ୍ୟାଟେରୀ, ଜେନେରେଟର ଓ କିଛି ଗାଡ଼ିର ପୁରୁଣା ଅଂଶକୁ କିଣି ସେ ଏହି କାମରେ ଲାଗି ପଡ଼ିଲେ । ଏଥିପାଇଁ ଅତି କମ୍ରେ ୫୦୦୦ ଟଙ୍କାର ଆବଶ୍ୟକତା ପଡ଼ିଲା ।

ତେବେ ସାଇକେଲକୁ ଅତି ଆକର୍ଷଣୀୟ ଢଙ୍ଗରେ ଗାଡ଼ିର ରୂପ ଦେବା ପାଇଁ ଅତି ବେଶୀରେ ୭୦୦୦ ଟଙ୍କାର ଆବଶ୍ୟକତା ପଡିଲା ।

ଏ ବାବଦରେ ଉଦ୍ଭାବକ ଶ୍ରୀ ପରିଜା କହନ୍ତି ତାଙ୍କ ରୂପାନ୍ତରିତ ବାଇକର ଦକ୍ଷତା ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞ ଓ ଇଞ୍ଜିନିୟରମାନେ ମାପି ସାରିଲେଣି ।

ଏହା ସାଧାରଣତଃ ଏକ ବାଇକ୍ ଯେଉଁଥିରେ ବିଭିନ୍ନ ପ୍ରକାର ସୁବିଧା ରହିଛି । ଏହା ପ୍ୟାଡେଲିଂ ଦ୍ୱାରା ମଧ୍ୟ ଚାଲି ପାରିବ । ନିଜେ ପ୍ୟାଡେଲିଂ କଲେ ଏହା ଆପେ ଆପେ ଚାର୍ଜ ମଧ୍ୟ ହୋଇ ପାରିବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ସୋଲାର ଦ୍ୱାରା ଚାର୍ଜ ହୋଇ ପାରିବ । ତେଣୁ ଏଥିରେ ପ୍ରଦୂଷଣ ହେବନି ।

ସେ ଆହୁରି କହିଛନ୍ତି ସାଇକେଲକୁ ବାଇକରେ ପରିଣତ କରିବା ପାଇଁ ଆବଶ୍ୟକ ଅତ୍ୟାଧୁନିକ ଜ୍ଞାନ କୌଶଳ ମୋ ପାଖେ ନାହିଁ ।

ବ୍ୟାଟେରୀ ଓ ଅନ୍ୟାନ ସମଗ୍ରୀ ବ୍ୟବହାର କରି ୟୁ-ଟୁ୍ୟବର ସହାଯ୍ୟରେ ମୁଁ ଏହାକୁ ତିଆରି କରି ପାରିଛି ।

ୟୁଟୁ୍ୟବ୍ରୁ ନେଇଥିବା ଶିକ୍ଷା ଅନୁସାରେ ମୁଁ ପୁରୁଣ ଡିସି ବ୍ୟାଟେରୀ, ଏକ୍ସଲେଟର, ପାୱାର ବ୍ରେକ୍, ପ୍ୟାଡେଲ ଆସିଷ୍ଟ ସେନ୍ସର, ବ୍ୟାଟେରୀ ବାକ୍ସ, ପୁରୁଣା ଲିଥିୟମ ବ୍ୟାଟେରୀ, ଏଲ୍ଇଡି ଲାଇଟ୍, ହର୍ଣ୍ଣ, ପର୍ଟେବଲ୍ ସୋଲାର ପ୍ୟାନେଲ୍, ଚାର୍ଜର ଆଦି ସଂଗ୍ରହ କଲି ।

ପରବର୍ତ୍ତୀ ସମୟରେ ଏହାକୁ ରୂପାନ୍ତରଣ କରିବାକୁ ଚେଷ୍ଟା କଲି । ରୂପାନ୍ତରିତ ଏହି ସାଇକେଲ୍ ବାଇକ୍ ଚାର୍ଜ ହେବା ପାଇଁ ୫ରୁ ୬ ଘଣ୍ଟା ସମୟ ଲାଗୁଛି । ଯାହାକି ୭୦ରୁ ୮୦ କିଲୋମିଟର ଚାଲି ପାରୁଛି ।

ସେ ଆହୁରି କହନ୍ତି ଯେ ମୁଁ ମୋର ସାଇକେଲକୁ ବାଇକରେ ରୂପାନ୍ତରିତ କରିବା ପରେ ଅନେକ ଲୋକ ନିଜ ସାଇକେଲକୁ ବାଇକରେ ପରିଣତ କରିବା ଦିଗରେ ଆଗ୍ରହ ଦେଖାଉଛନ୍ତି ।

ଏଥିରେ ଖୁବ୍ କମ୍ ଖର୍ଚ୍ଚ ହେଉଥିବାରୁ ସ୍ଥାନୀୟ ଲୋକେ ଏହା କରିଦେବାକୁ ମୋତେ ଅନୁରୋଧ କରୁଛନ୍ତି ।

ବର୍ତ୍ତମାନ ସୁଦ୍ଧା ମୁଁ ୧୨ଟି ସାଇକେଲକୁ ଏପରି ବାଇକରେ ପରିଣତ କରି ସାରିଛି । ଅନ୍ୟ ୨୫ ଜଣ ଏବେଏହି ଟେକ୍ନୋଲୋଜିକୁ ଆପଣେଇବା ଅପେକ୍ଷାରେ ଅଛନ୍ତି ।

ଏ ବାବଦରେ କାର୍ତ୍ତିକ ମଲ୍ଲିକ କହନ୍ତି ବର୍ତ୍ତମାନ ସମୟରେ ୪୦ରୁ ୬୦ ହଜାର ଟଙ୍କା ଖର୍ଚ୍ଚ କରି ବାଇକ୍ କିଣିବା ସମ୍ଭବ ନୁହେଁ ।

ତେବେ ମାତ୍ର ୪୦୦୦ ଟଙ୍କା ଖର୍ଚ୍ଚ କରି ମୁଁ ମୋ ସାଇକେଲକୁ ବାଇକରେ ପରିଣତ କରି ପାରିଛି । ଯାହାକି ମୋତେ ଏହା କରିବାକୁ ଉତ୍ସାହିତ କଲା ।

ରଘୁନାଥପୁର ଅଞ୍ଚଳର ମନୋଜ କୁମାର ପଣ୍ଡା ଶ୍ରୀ ପରିଜାଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି । ରଘୁନାଥପୁର ଅଞ୍ଚଳର ଅତିରିକ୍ତ ଇଞ୍ଜିନିୟର ବିଶ୍ୱରଞ୍ଜନ ଦେହୁରି ମଧ୍ୟ ଏହି ନୂତନ ଉଦ୍ଭାବନର ପ୍ରଶଂସା କରିଛନ୍ତି ।

ସେ କହିଛନ୍ତି ଏହି ସାଇକେଲ୍ ବାଇକ୍ ପାଇଁ ଖର୍ଚ୍ଚ ମାତ୍ର ୪ ରୁ ୭ ହଜାର ପଡୁଥିବା ବେଳେ ଏଥିରେ ମାତ୍ର ୨ କିଲୋଗ୍ରାମର ଅତିରିକ୍ତ ଓଜନ ରହିଛି । ତେଣୁ ଏହା ଚଳାଇବାରେ କୌଣସି ଅସୁବିଧା ହେଉନି ।

ଲୋକାଲ ୱାୟାର

Filed Under: Odia, Special, ବିଶେଷ Tagged With: Special, ଓଡିଶା, ଜଗତସିଂହପୁର, ବିଶେଷ

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire