ମାଲକାନଗିରି, ଅଗଷ୍ଟ ୨୩(ଲୋକାଲ ୱାୟାର): ଛତିଶଗଡ଼ ଦରଭା ଡିଭିଜନର ଦୁର୍ଦ୍ଦାନ୍ତ ମାଓବାଦୀ କମାଣ୍ଡର ମହାଦେବ ମାଲକାନଗିରି ଏସପି ରିଷିକେଶ ଡି. ଖିଲାରୀଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଜିଲ୍ଲା ପୁଲିସ ପକ୍ଷରୁ ରବିବାର କୁହାଯାଇଛି ।
ମାଓବାଦୀ ମହାଦେବ ମାଡକାମୀ ଓରଫ ମନୁର ଘର ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା କୁଆକୋଣ୍ଡା ଥାନା ଅନ୍ତର୍ଗତ କାଙ୍କେରପଡ଼ା ଗ୍ରାମରେ ।
୨୦୧୫ ଜୁଲାଇ ୪ରେ ସେ ମାଓ ସଙ୍ଗଠନରେ ସାମିଲ ହୋଇ ଦଣ୍ଡକାରଣ୍ୟ ଜୋନ୍ ଦରଭା ଡିଭିଜନର ସୁରକ୍ଷା କମିଟି (ଚଇତୁ)ରେ ସକ୍ରିୟ ଥିଲା ।
ଗୋଟିଏ ମାସ ମଧ୍ୟରେ ସେ ସମସ୍ତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ତାଲିମ ପାଇଥିଲା । ୨୦୧୯ ଡିସେମ୍ବର ମାସରୁ ସେ ମାଲକାନଗିରି ଜିଲ୍ଲା ମହୁପଦର ଠାରେ ସକ୍ରିୟ ଥିବା ଏରିଆ କମାଣ୍ଡର ମୁନି ଅଧୀନରେ କାମ କରୁଥିଲା ।
କୋୟା ଆଦିବାସୀମାନଙ୍କ ପ୍ରତି ମାଓ କମାଣ୍ଡରମାନଙ୍କ ଅତ୍ୟାଚାରରେ ସେ ସଙ୍ଗଠନ ପ୍ରତି ବୀତସ୍ପୃହ ହୋଇପଡ଼ିଥିଲା ।
ମାଓ ଅଞ୍ଚଳରେ ଓଡ଼ିଶା ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ସେ ଛତିଶଗଡ଼ ବଦଳରେ ଓଡ଼ିଶା ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିବା କହିିଛି ।
ମନୁକୁ ରାଜ୍ୟ ସରକାରଙ୍କ ମାଓ ଥଇଥାନ ନୀତି ଅନୁସାରେ ସମସ୍ତ ସହାୟତା ମିଳିବ ବୋଲି ଏସପି କହିଛନ୍ତି ।
ଲୋକାଲ ୱାୟାର
Leave a Reply