ମାଲକାନଗିରି, ଅକ୍ଟୋବର ୧୫ (ଲୋକାଲ ୱାୟାର) : ମାଲକାନଗିରି ଜିଲ୍ଲା କଚେଲି ଗ୍ରାମରେ ହଠାତ୍ ୩ ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଓ ଅନ୍ୟ ଜଣେ ଝିଅ ଗୁରୁତର ଅଛନ୍ତି ବୋଲି ସ୍ଥାନୀୟ ପୁଲିସ ଗୁରୁବାର କହିଛି ।

ବିଷାକ୍ତ ଖାଦ୍ୟ ଖାଇବାରୁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଡାକ୍ତର ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

ମୃତକମାନେ ହେଉଛନ୍ତି ସୁକାନ୍ତି ମାଡ଼ି (୧୨), ସୀତାରାମ ମାଡି଼ (୭) ଓ ଅଞ୍ଜଳି ମାଡ଼ି (୩) ।

ଗୁରୁତର ଅବସ୍ଥାରେ ମା’ ଭିମେ ମାଡ଼ି ଓ ୩ ବର୍ଷର ମାଳତୀ ମାଡ଼ିଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

. ଲୋକାଲ ୱାୟାର