କଟକ, ଜାନୁଆରୀ ୮(ଲୋକାଲ ୱାୟାର): କଟକ ଜିଲ୍ଲାର ମାହାଙ୍ଗାରେ ବିଜେପି ନେତା ତଥା ଡବଲ ମର୍ଡର ମାମଲାରେ ନ୍ୟାୟ ଦାବି କରି ଶୁକ୍ରବାର ଶହ ଶହ ଡିଜିପିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ପୁଲିସ ସହ ଧସ୍ତାଧସ୍ତି କରିଥିବା ଦେଖିବାକୁ ମିଳିଥିଲା ।
ଦଳୀୟ ନେତାମାନଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ମାତାମଠ ଛକରୁ ଡିଜିପିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରାରେ ଯାଇଥିବା ବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା ।
କର୍ମୀମାନେ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ସୁରକ୍ଷା ଘେର ଭାଙ୍ଗିବାକୁ ଉଦ୍ୟମ କରିବାରୁ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା ।
ପରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ କେ.ଭି. ସିଂହଦେଓ, ମନମୋହନ ସାମଲ, ସୁରମା ପାଢୀ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପ୍ରକାଶ ସୋରେନ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଡିଜିପିଙ୍କୁ ଭେଟିଥିଲେ ।
ଏତଲାରେ ଯେଉଁମାନଙ୍କ ନାମ ଅଛି ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ନେତାମାନେ ଦାବି କରିଥିଲେ ମଧ୍ୟ ଡିଜିପି ଏଥିପାଇଁ ପ୍ରତିଶ୍ରୁତି ଦେଇ ନଥିଲେ ।
ବରଂ ଡିଆଇଜି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିବା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ।
ଲୋକାଲ ୱାୟାର
Leave a Reply