ସମ୍ବଲପୁର, ଅକ୍ଟୋବର ୨୦ (ଲୋକାଲ ୱାୟାର) : ସମ୍ବଲପୁର ପଡିଆବାହଲରେ ମଙ୍ଗଳବାର ମା’ ଓ ତିନି ବର୍ଷର ପୁଅ ଉପରେ ଟ୍ରକ ଚଢି ଯିବାରୁ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ ପୁଲିସ କହିଛି ।

ମୃତକ ଦୁଇ ଜଣ ବଡତୋରାଙ୍ଗ ଗାଁର ଆହ୍ଲାଦିନି ମେହେର ଓ ତାଙ୍କର ୩ ବର୍ଷର ଶିଶୁପୁତ୍ର ପ୍ରିୟାଂଶୁ ମେହେର ।

ଏମାନେ ପଡିଆବାହାଲ ସାପ୍ତାହିକ ହାଟକୁ ଆସିଥିଲେ । ଦୁର୍ଗାମଣ୍ଡପ ଓ ଷ୍ଟେଟ ବ୍ୟାଙ୍କ ମଝିରେ ରାସ୍ତା ପାର ହେଉଥିବା ବେଳେ ଦ୍ରୁତଗତିରେ ଏକ ଟ୍ରକ ଆସି ସେମାନଙ୍କୁ ମାଡି ଯାଇଥିଲା ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।

ଆଶ୍ଚର୍ଯ୍ୟର କଥା, ସ୍ୱାମୀ ଗୋବିନ୍ଦ ମେହେରଙ୍କ ଟେଲର ଦୋକାନ ନିକଟରେ ହିଁ ଏହି ଦୁର୍ଘଟଣା ଘଟିଛି । ନିଜ ସ୍ତ୍ରୀ ଓ ପିଲାର ମୃତ ଦେହ ଦେଖି ଦୁଃଖରେ ଭାଙ୍ଗି ପଡିଛନ୍ତି ଗୋବିନ୍ଦ ।

ଲୋକାଲ ୱାୟାର