• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ମୁଁ କୌଣସି ଜନବିରୋଧୀ କାର୍ଯ୍ୟ କରିନାହିଁ : ପ୍ରଦୀପ ପାଣିଗ୍ରାହୀ

ମୁଁ କୌଣସି ଜନବିରୋଧୀ କାର୍ଯ୍ୟ କରିନାହିଁ : ପ୍ରଦୀପ ପାଣିଗ୍ରାହୀ

November 29, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୯(ଲୋକାଲ ୱାୟାର): ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିବା ଦଳ ପକ୍ଷରୁ ରବିବାର କୁହାଯାଇଥିବା ବେଳେ ସେ କୌଣସି ଜନବିରୋଧୀ କାର୍ଯ୍ୟ କରିନାହାନ୍ତି ବୋଲି ପ୍ରତିକ୍ରିୟାରେ କହିିଛନ୍ତି ଶ୍ରୀ ପାଣିଗ୍ର୍ରାାହୀ ।

ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ପାଣିଗ୍ରାହୀ କରିଛନ୍ତି, ‘ମୁଁ କୌଣସି ଜନବିରୋଧୀ କି ଦଳବିରୋଧୀ କାର୍ଯ୍ୟ କରିନାହିଁ । ବିଗତ ୨୦ ବର୍ଷ ଧରି ରାଜନୀତିରେ ଦଳ ପାଇଁ ମୁଁ ମୋ କର୍ତ୍ତର୍ବ୍ୟ କରିଛି ।

ଦଳର ଜିଲ୍ଲା ସଭାପତି ଭାବେ ୧୫ଟି ଆସନର ନିର୍ବାଚନ ଦାୟିତ୍ୱ ନେଇଥିଲି ଏବଂ ୧୨ଟିରେ ଦଳ ବିଜୟଲାଭ କରିଛି । ଦଳର ପ୍ରାର୍ଥୀମାନଙ୍କୁ ମୋ ଜରିଆରେ ମଧ୍ୟ ପାଣ୍ଠି ପ୍ରଦାନ କରାଯାଇଥିଲା ।

ଦଳର ଉଚ୍ଚସ୍ତରର ନେତାଙ୍କ ମଧ୍ୟରେ ଏବେ ଅସନ୍ତୋଷ ରହିଛି । କେହି ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରୁନାହାନ୍ତି ।

ମୋ ବିରୋଧରେ ବାଲି ମାଫିଆ ଓ ମଦ ବେପାରୀଙ୍କ ପାଖରୁ ଚାନ୍ଦା ଆଦାୟର ଅଭିଯୋଗ ହେଉଛି, ଯାହାକି ସମ୍ପୂର୍ଣ୍ଣ ମିଥ୍ୟା । କାହା ନିକଟରେ ଏପରି ଅଭିଯୋଗର ପ୍ରମାଣ ଥିଲେ ତାହା ଦେଖାନ୍ତୁ’ ।

ସେହିପରି ଶ୍ରୀ ପାଣିଗ୍ରାହୀ ରାଜ୍ୟର କୋଭିଡ ପରିଚାଳନାରେ ଥିବା ତ୍ରୁଟି କଥା ମଧ୍ୟ ନିଜ ପ୍ରତିକ୍ର୍ରିୟାରେ ଉଲ୍ଲେଖ କରିଛନ୍ତି ।

କିପରି ତିନିଥରର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ବାପାଙ୍କର ପଜିଟିଭ୍ ରିପୋର୍ଟ ଆସିବା ପରେ ତାଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ପାଇଁ କିପରି ୧୩/୧୪ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଲା କହିଥିଲେ ।

ଏଥିପାଇଁ ସେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀ ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡ଼ିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରିବା ପରେ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇପାରିଥିଲା ।

ଅନ୍ୟ କୋଭିଡ ଆକ୍ରାନ୍ତଙ୍କ ମୃତ୍ଯୁ ପରେ ମୃତଦେହ ଦେଖିବାର ସୁଯୋଗ କେତେକ ଲୋକଙ୍କୁ ମିଳିଥିବା ବେଳେ ବିଧାୟକ ଶ୍ରୀ ନାୟକଙ୍କ ପିତାଙ୍କ ପରଲୋକ ପରେ ମୃତଦେହ ଦେଖିବାର ସୁଯୋଗ ବିଧାୟକଙ୍କୁ ଦିଆଯାଇ ନଥିବାରୁ ସେ ଅତ୍ୟନ୍ତ ମ୍ରିୟମାଣ ହୋଇଥିଲେ ।

ସେହିପରି ପିତାଙ୍କ ପରଲୋକ ପରେ ମଧ୍ୟ କିପରି ବିଏମସି ପକ୍ଷରୁ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ପାଇଁ ବିଧାୟକଙ୍କ ନିକଟକୁ ଘନ ଘନ ଫୋନ ଆସିଥିଲା ତାହା ମଧ୍ୟ ଶ୍ରୀ ପାଣିଗ୍ରାହୀ କହିଥିଲେ ।

ପ୍ରବାସୀଙ୍କ ପରିସ୍ଥିତି ବୁଝିବା ଲାଗି ତାଙ୍କୁ ଗୁଜରାଟ ଓ ମହାରାଷ୍ଟ୍ର ପଠାଯାଇଥିଲା । ସେ ବିଭିନ୍ନ ସମସ୍ୟା ଉଠାଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖିଥିବାରୁ ତାଙ୍କୁ ଏବେ ଟାର୍ଗେଟ କରାଯାଇଥିବା ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

ସେହିପରି ରାଜ୍ୟ ସରକାରଙ୍କ ଉପରେ ବିପଦ ଥିବା ଖୋଦ୍ ବିଜେଡିର ଜଣେ ଦଳୀୟ କର୍ମକର୍ତ୍ତା ତାଙ୍କ ଘରକୁ ଆସି କହିବା ପରେ ସେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଫୋନରେ ଜଣାଇଥିଲେ ।

ତେବେ ଏହାକୁ ଭିନ୍ନ ରୂପ ଦେଇ ବିଜେଡିର ଜଣେ ସାଂସଦ ଓ ଜଣେ ଯୁବ ବିଧାୟକ ତାଙ୍କ ଘରକୁ ଆସି ପରୋକ୍ଷରେ ଧମକ ଦେଇଥିଲେ ଏବଂ ଝିଅ ବାହାଘର ନେଇ ଆଶଙ୍କା ସୃଷ୍ଟି କରାଇଥିଲେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

ସେ କୌଣସି ଜବିରୋଧୀ କାର୍ଯ୍ୟ କରିଥିଲେ ଦଳ ସ୍ପଷ୍ଟୀକରଣ ଦେବାକୁ ଏବଂ ସାମ୍ବାଦିକମାନେ ଖୋଜି ବାହାର କରିବାକୁ ଶ୍ରୀ ପାଣିଗ୍ରାହୀ ଆହ୍ୱାନ ଦେଇଛନ୍ତି ।

ରାଜ୍ୟରେ କିପରି ବୁ୍ୟରୋକ୍ରାଟମାନେ ଶାସନ ଚଳାଉଛନ୍ତି ତାହା କହିବାକୁ ଯାଇ ସେ ଉଦାହରଣ ଦେଇଥିଲେ । ପ୍ରଶାସନ କିମ୍ବା ରାଜନୀତିରେ କାହାର ସ୍ୱର ନାହିଁ ।

ଜଣେ ବ୍ୟକ୍ତି ଶାସନ କରୁଛନ୍ତି । ମୁଖ୍ୟଶାସନ ସଚିବଙ୍କର ମଧ୍ୟ କ୍ଷମତା ନାହିଁ । ବୁ୍ୟରୋକ୍ରାଟ ଜନପ୍ରତିନିଧିଙ୍କୁ ହେଜ୍ଞାନ କରି ମନ୍ତବ୍ୟ ଦେଉଥିବା ସେ କହିଥିଲେ ।

ଏଥିସହ ଶ୍ରୀ ପାଣିଗ୍ରାହୀ ନିକଟରେ ନିଲମ୍ବିତ ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକ ଜଣେ ଦକ୍ଷ ଅଧିକାରୀ ବୋଲି ଦୃଢ଼ତାର ସହ କହିଥିଲେ । ଭିଜିଲାନ୍ସ ଠିକ୍ ଭାବେ ତଥ୍ୟ ଉପସ୍ଥାପନ କରି ନଥିବା ସେ କହିଥିଲେ ।

ତାଙ୍କର ଭାବୀ ଜ୍ୱାଇଁ ତଥା ଅଭୟକାନ୍ତଙ୍କ ପୁତ୍ର ଆକାଶଙ୍କ ସମ୍ପର୍କରେ ମଧ୍ୟ ଶ୍ରୀ ପାଣିଗ୍ର୍ରାହୀ ସ୍ପଷ୍ଟୀକରଣ ଦେଇଥିଲେ ।

ଆକାଶ ମେଧାବୀ ଛାତ୍ର ଥିଲେ ଏବଂ ଦକ୍ଷତା ବଳରେ ସେ ଟାଟା କମ୍ପାନୀର ଉଚ୍ଚ ପଦବିରେ ଅଧିଷ୍ଠିତ ହୋଇଛନ୍ତି । ତାଙ୍କୁ ଚାର୍ଟର ବିମାନ ବ୍ୟବହାର କରିବା ସକାଶେ କମ୍ପାନି ପକ୍ଷରୁ ଅନୁମତି ମିଳିଛି ।

ଆକାଶଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ଅମୂଳକ ଏବଂ ଏ ନେଇ ତଦନ୍ତ କରିବାକୁ ଶ୍ରୀ ପାଣିଗ୍ରାହୀ ଆହ୍ୱାନ ଦେଇଥିଲେ ।

ତେବେ ଶ୍ରୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସଧାସଳଖ କୌଣସି ଅଭିଯୋଗ ଆଣି ନଥିଲେ । ତାଙ୍କ ନେତୃତ୍ୱରେ ଓଡ଼ିଶା ବିକାଶ ଆଡକୁ ଯାଇଥିବା ସେ କହିଥିଲେ ।

ଅପରପକ୍ଷରେ ଶ୍ରୀ ପାଣିଗ୍ରାହୀଙ୍କ ଆରୋପର ଜବାବରେ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଦଳର ହାଇକମାଣ୍ଡ ପ୍ରଦୀପ ପାଣିଗ୍ରାହୀ ଜନବିରୋଧୀ କାର୍ଯ୍ୟ କରୁଥିବାର ପ୍ରମାଣ ପାଇବା ପରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire