ଭୁବନେଶ୍ୱର, ଜାନୁଆରୀ ୧୪(ଲୋକାଲ ୱାୟାର): ଲୋକପ୍ରିୟ ସଙ୍ଗୀତ ନିଦେ୍ର୍ଦଶକ ପ୍ରେମ୍ ଆନନ୍ଦଙ୍କ ନୂଆ ବର୍ଷର ନିଆରା ପ୍ରୟାସ ।
ଏକାଠି ହେଲେ ଓଡିଆ ସଙ୍ଗୀତର ଆଗଧାଡ଼ିର କଣ୍ଠଶିଳ୍ପୀ । ମୁକ୍ତାକାଶ ତଳେ ହେଲା ମ୍ୟୁଜିକ୍ ସିଟିଂ । କମ୍ପୋଜ ହେଲା ଗୀତ ।
ଆଭିମୁଖ୍ୟ ଥିଲା ନୂଆ ବର୍ଷରେ ସବୁ କଣ୍ଠଶିଳ୍ପୀଙ୍କୁ ଏକାଠି କରିବା ଏବଂ ସେମାନଙ୍କ ମିଳିତ କଣ୍ଠରେ ଏମିତି ଗୋଟିଏ ଗୀତ ପ୍ରସ୍ତୁତ କରିବା ଯାହା ଓଡ଼ିଶାର ନୂଆ ଏକ ପରିଚୟ ବହନ କରିବ ।
ଓଡିଶାର ସଂସ୍କୃତି, ପରମ୍ପରା ଓ ପରିଚୟକୁ ଆଧାର କରି ସଙ୍ଗୀତ ନିର୍ଦେଶକ ପ୍ରେମ୍ ଆନନ୍ଦ ଏହି ନିଆରା ସଙ୍ଗୀତ ରଚନା କରିଛନ୍ତି ।
ଏହି ଉପଲକ୍ଷେ ହୁ୍ୟମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଆଶୁତୋଷ ମହାନ୍ତି, ସୋନମ ଦାଶ, ସବିଶେଷ ମିଶ୍ର, ବିଶ୍ୱଜିତ ମହାପାତ୍ର, ଦେବକୃପା ମିଶ୍ର, ଅଳକା ଅଭିଲେଖା, ସମୀକ୍ଷା ମିଶ୍ର, ଲୋପାମୁଦ୍ରା ଦାଶ, ଶ୍ରୀୟା ମିଶ୍ର, ପ୍ରଜ୍ଞା ପ୍ରସ୍ମିତା ହୋତା, ଶଶାଙ୍କ ଶେଖର, ବସନ୍ତରାଜ ସାମଲ, ବିଉଟିଫୁଲ୍ ଦାସ ।
୧୫ରୁ ଉଦ୍ଧ୍ୱର୍ କଣ୍ଠଶିଳ୍ପୀଙ୍କ କଣ୍ଠରେ ରେକର୍ଡ ହେବାକୁ ଥିବା ଏହି ଗୀତଟି ହେଉଛି, ‘ଶୁଭ ଶଙ୍ଖରେ ହୁଏ ସକାଳ, ସଞ୍ଜବତୀରେ ସନ୍ଧ୍ୟା, ଗାଇ ଜଗାଳି ହୁଏ କହ୍ନିଆ, ଧାନସାଉଁଟା ଝିଅ ରାଧା, ଅଖିମୁଠିରେ କ୍ଷେତ ଆରମ୍ଭ, ଲଗ୍ନଧରାରେ ବାହା, ବାଆ ବତାସ ଆସିଲେ ହୁଏ ଶ୍ରୀଜଗନ୍ନାଥ ସାହା, ଅରୁଆ ଚାଉଳ ଦୁବ, ଅତିଥି ଦେବୋ ଭବଃ, ମନଟା ଆମ ମହାପ୍ରସାଦ ପ୍ରେମ ନିର୍ମାଲ୍ୟ ପୁଡ଼ିଆ… ଏ ମାଟି ଓଡ଼ିଶା ଏ ଜାତି ଓଡ଼ିଆ ।
ଆଗାମୀ ବିଷୁବ ସଂକ୍ରାନ୍ତି ଓଡ଼ିଆ ନବ ବର୍ଷ ଅବସରରେ ସାଢ଼େ ୪କୋଟି ଓଡ଼ିଆଙ୍କ ଉଦେଶ୍ୟରେ ଏହି ଗୀତଟିକୁ ଉତ୍ସର୍ଗ କରାଯିବ ।
ଲୋକାଲ ୱାୟାର
Leave a Reply