ଭୁବନେଶ୍ବର, ଡିସେମ୍ବର ୧୬ (ଲୋକାଲ ୱାୟାର): ଗୀତାଞ୍ଜଳି ଫିଲ୍ମସର କ୍ଷୁଦ୍ର ଚଳଚ୍ଚିତ୍ର ‘ଦ ଡିଭାଇନ୍ ଡକ୍ଟର୍’ର ଟିଜର୍ ସମ୍ବଲପୁର ମହୋତ୍ସବରେ ମୁକ୍ତିଲାଭ କରିଛି ।
ଚଳଚ୍ଚିତ୍ରଟି ବୁର୍ଲା ଭିମସାର ମେଡିକାଲ ଓ କଲେଜ ଉପରେ ଆଧାରିତ ହୋଇଥିବାବେଳେ ଦୈନନ୍ଦିନ ଖାଦ୍ୟରେ କୀଟନାଶକର କୁପ୍ରଭାବକୁ ଏଥିରେ ଦର୍ଶାଯାଇଛି ।
ଏହି ଶିକ୍ଷଣୀୟ କ୍ଷୁଦ୍ର କାହାଣୀଟି ଗୌତମ ମିଶ୍ରଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବାବେଳେ ଏହାର ପ୍ରଯୋଜନା କରିଛନ୍ତି ସୁପରିଚିତ ଡାକ୍ତର ତଥା ସମାଜସେବୀ ଶଙ୍କର ରାମଚନ୍ଦନୀ।
ଉଲ୍ଲେଖଯୋଗ୍ୟ, ଶ୍ରୀ ଚନ୍ଦାନି ପଶ୍ଚିମ ଓଡିଶାରେ ଜଣେ ସୁନାମଧାନ୍ୟ ତଥା ପରୋପକାରୀ ଚିକିତ୍ସକ ଭାବେ ବେଶ୍ ଜଣାଶୁଣା ।
ଲୋକାଲ ୱାୟାର
Leave a Reply