ଭୁବନେଶ୍ୱର, ଡିସେମ୍ବର ୯(ଲୋକାଲ ୱାୟାର): ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ କୁମାର ପରିଜାଙ୍କ କ୍ଷୁଦ୍ର ଚିତ୍ର ‘ପାଇକ ବିଦ୍ରୋହ’ ସଫଳତା ସାଉଁଟିଛି ।
ନବମ ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ଏହି ଚିତ୍ର ସ୍ୱତନ୍ତ୍ର ଜୁରି ପୁରସ୍କାରରେ ପୁରସ୍କୃତ ହୋଇଛି ।
ପାଇକ ବିଦ୍ରୋହ ଉପରେ ଆଧାରିତ କାହାଣୀକୁ ଚିତ୍ରଟିରେ ଚମକ୍ରାର ରୂପ ଦିଆଯାଇଛି ।
ଅକ୍ଷୟ ପରିଜା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ‘ପାଇକ ବିଦ୍ରୋହ’ରେ ମନୋଜ ମିଶ୍ର ଜୟୀ ରାଜଗୁରୁ ଏବଂ ସମରେଶ ରାଉତରାୟ ବକ୍ସି ଜଗବନ୍ଧୁ ଭୂମିକାରେ ଅଭିନୟ କରିଛନ୍ତି ।
ନିଦେ୍ର୍ଦଶନାରେ ନିଶ୍ଚୟ ରାଉତ ଓ ଅନୁଜ ତ୍ୟାଗି ଥିବାବେଳେ କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ହରପ୍ରସାଦ ଦାଶ ରଚନା କରିଛନ୍ତି ।
ଲୋକାଲ ୱାୟାର
Leave a Reply