ବ୍ରହ୍ମପୁର, ମାର୍ଚ୍ଚ ୩୦ (ଲୋକାଲ ୱାୟାର): ବ୍ରହ୍ମପୁର ମହାନଗର ନିଗମ (ବିଏମସ) ସହରବାସୀଙ୍କ ପାଇଁ ମେଡ଼ିସିନ୍ର ହୋମ ଡ଼େଲିଭରି କରିବ ବୋଲି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ।
ଏନେଇ ବିଏମସି ୫ଟି ଔଷଧ ଦୋକାନକୁ ଅନୁମତି ଦେଇଛି । ଗ୍ରାହକମାନେ ଫୋନକଲେ ତାଙ୍କ ଘରେ ଯାଇ ଔଷଧ ପହଞ୍ଚାଯିବ ।
ମେଡ଼ିସିନ୍ ଦୋକାନୀମାନେ ଏଥିପାଇଁ ୨୦ ଟଙ୍କା ଅଧିକ ଚାର୍ଜ କରିପାରିବେ ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସହରବାସୀଙ୍କୁ ଘରେ ଔଷଧ ଯୋଗାଇ ଦିଆଯିବା ପରେ ଲୋକଙ୍କ ବାହାରକୁ ବାହାରିବା ସଂଖ୍ୟା କମିଯିବ ।
ପୂର୍ବରୁ ବିଏମସି ଲୋକଙ୍କ ଘରେ ରାସନ ସାମଗ୍ରୀ ଓ ପନିପରିବା ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିସାରିଛି ।
ଏଥିପାଇଁ ୪୦ଟି ୱାର୍ଡ଼ରେ ୫୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରାଯାଇଛି ।
ଲୋକାଲ ୱାୟାର
Leave a Reply