ଭୁବନେଶ୍ୱର, ଜାନୁଆରୀ ୩୦(ଲୋକାଲ ୱାୟାର): ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଲୋକସେବା ଭବନରେ ଶୁକ୍ରବାର ରାଜ୍ୟର ଜଙ୍ଗଲ ଓ ବିଭାଗୀୟ ପ୍ରଶାସନ ସଂପର୍କରେ ଟିକିନିଖି ସୂଚନା ପାଇବା ପାଇଁ ଦୁଇଟି ଆପ୍ ଉନ୍ମୋଚନ କରିଛନ୍ତି ।
ଉନ୍ମୋଚିତ ହୋଇଥିବା ‘ମୋ ଜଙ୍ଗଲ’ ଆପ୍ ଦ୍ୱାରା ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସମସ୍ତ ବନୀକରଣ କାର୍ଯ୍ୟକ୍ରମର ନିରୀକ୍ଷଣ ଓ ପରିଚାଳନା ସହଜ ହୋଇପାରିବ ।
ଅନ୍ୟ ଏକ ଆପ୍ ‘ନୋ ୟୋର ଫରେଷ୍ଟ ଲ୍ୟାଣ୍ଡ’ ଆପ୍ ମାଧ୍ୟମରେ ରାଜ୍ୟର ସମସ୍ତ ଜଙ୍ଗଲ ଜମି ସଂପର୍କରେ ସୂଚନା ଓ ଜଙ୍ଗଲ ଜମିର ଉନ୍ନତି ବାବଦରେ ଯୋଜନା ଲୋକମାନେ ପାଇପାରିବେ ।
ଲୋକାଲ ୱାୟାର
Leave a Reply