ଭୁବନେଶ୍ୱର, ଏପ୍ରିଲ ୨୩(ଲୋକାଲ ୱାୟାର): ରାଜ୍ୟ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ୟୁନିସେଫର ମିଳିତ ସହଯୋଗରେ ଲକ୍ ଡାଉନ ସମୟରେ ୫ରୁ ୧୮ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ ରଖିବା ଲାଗି ଚାଲିଥିବା ‘ମୋ ପ୍ରତିଭା’ କାର୍ଯ୍ୟକ୍ରମର ତୃତୀୟ ସପ୍ତାହ (ଏପ୍ରିଲ ୧୬ରୁ ୨୨)ରେ ସମଗ୍ର ରାଜ୍ୟରୁ ମୋଟ ୮ ଶହ ଆବେଦନ ପତ୍ର ଆସିଥିବା ବିଭାଗ ଗୁରୁବାର କହିଛି ।
ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୯ ହଜାର ଆବେଦନପତ୍ର ଆସିଥିବା ବେଳେ ଗୁରୁବାର ସାପ୍ତାହିକ ପୁରସ୍କାର ଘୋଷଣା କରାଯାଇଛି ।
ଏଥିରୁ ଚିତ୍ରକଳା ପାଇଁ ୬୧୪୮ଟି, କ୍ଷୁଦ୍ର ଗଳ୍ପ ପାଇଁ, ୧୭୦୪ଟିକ ବିତା ଏବଂ ୮୯ଟି ପ୍ରବନ୍ଧ ପାଇଁ ଆସିଛି ।
ଚିତ୍ରାଙ୍କନ ପ୍ରତିଯୋଗିତାରେ ୫ରୁ ୧୦ ବର୍ଷ ବର୍ଗରେ ଭୁବନେଶ୍ୱରର ଦିବ୍ୟାଙ୍କିତା ଦାସ ପ୍ରଥମ, କେନ୍ଦ୍ରାପଡ଼ାର କୀର୍ତ୍ତିସାନା ଦାସ ଦ୍ୱିତୀୟ ଏବଂ ଭୁବନେଶ୍ୱରର ସୁରଜ ରଥ ତୃତୀୟ ହୋଇଛନ୍ତି ।
୧୧ରୁ ୧୫ ବର୍ଷ ବର୍ଗରେ କଟକର ଅଶ୍ୱିନୀ ଆଚାର୍ଯ୍ୟ, ଅନୁଗୁଳର ତୁଳସୀ ତନ୍ମୟା ପଟ୍ଟନାୟକ ପ୍ରଥମ ଓ ଦ୍ୱିତୀୟ ହୋଇଛନ୍ତି ।
ଭୁବନେଶ୍ୱରର ସ୍ମୃତିକାନ୍ତ ଷଡ଼ଙ୍ଗୀ ଏବଂ ପୁରୀର ଅମରଜିତ ପାଇକରାୟ ଯୁଗ୍ମ ଭାବେ ତୃତୀୟ ହୋଇଛନ୍ତି ।
୧୬ରୁ ୧୮ ବର୍ଷ ବର୍ଗରେ କଟକର ବୈଭବ ମୋହନ ଦାସ, ଖୋର୍ଦ୍ଧାର ମାହେକ ଅଗ୍ରୱାଲ ଏବଂ ଅନୁଗୁଳର ସବୁମଳ୍ ଫାତେମା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି ।
ଲୋକାଲ ୱାୟାର
Leave a Reply