ଭୁବନେଶ୍ୱର, ମାର୍ଚ୍ଚ ୪(ଲୋକାଲ ୱାୟାର): ପୂର୍ବରୁ ‘ମୋ ସରକାର’ରେ ରାଜ୍ୟ ସରକାରଙ୍କ ୨୨ଟି ବିଭାଗ ସାମିଲ ହୋଇଥିବା ବେଳେ ବୁଧବାର ଲୋକସେବା ଭବନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଆଉ ୫ଟି ବିଭାଗ ଏଥିରେ ସାମିଲ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ଆଜି ମୋ ସରକାରରେ ସାମିଲ ହୋଇଥିବା ୫ଟି ବିଭାଗ ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଗ୍ରାମ୍ୟ ଉନ୍ନୟନ, ଶକ୍ତି, ଉଚ୍ଚଶିକ୍ଷା, ବିଜ୍ଞାନ ଏବଂ କାରିଗରୀ ବିଭାଗ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ସରକାରୀ କର୍ମଚାରୀମାନେ ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଉଚିତ୍ ।
ଲୋକଙ୍କ ସେବା କରିବା ସରକାରର ପ୍ରଥମ ଦାୟିତ୍ୱ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠି, ୫-ଟି ସଚିବ ଭି.କେ.ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ ।
ଲୋକାଲ ୱାୟାର
Leave a Reply