ଜଗତସିଂହପୁର, ଜାନୁଆରୀ ୨୩ (ଲୋକାଲ ୱାୟାର): ଅଙ୍ଗନବାଡ଼ି କେନ୍ଦ୍ର, ପାନୀୟ ଜଳ, ଡ୍ରେନ ଭଳି ମୌଳିକ ସୁବିଧା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡିଛନ୍ତି ଜଗତସିଂହପୁର ଜିଲ୍ଲା ମାର୍କଣ୍ଡପୁର ଗାଁର ଆଦିବାସୀ ସମ୍ପ୍ରଦାୟ ।
ମାର୍କଣ୍ଡପୁର ଗାଁରେ ବସବାସ କରୁଥିବା ପ୍ରାୟ ୭୫୦ ଆଦିବାସୀ ମୌଳିକ ସୁବିଧାସୁଯୋଗରୁ ବଂଚିତ ଅଛନ୍ତି ।
ଦୀର୍ଘ ବର୍ଷ ଧରି ମାର୍କଣ୍ଡପୁର ଗାଁରେ ରହୁଥିଲେ ମଧ୍ୟ ଜମି ପଟ୍ଟା ମିଳି ନଥିବାରୁ ନଭେମ୍ବର ୨୦୧୯ରେ ଦଳିତ ବିକାଶ ପରିଷଦର ସଭାପତି ଶଙ୍କର ଦାସ ରିଟ୍ ପିଟିସନ ଦାୟର କରିଥିଲେ ।
ହାଇକୋର୍ଟଙ୍କ ନିଦେ୍ର୍ଦଶ ପରେ ଜିଲ୍ଲା ପ୍ରଶାସନ ମାତ୍ର ୩୫ଟି ପରିବାରକୁ ପଟ୍ଟା ପ୍ରଦାନ କରିଛି ।
ପଟ୍ଟା ନଥିବାରୁ ସେମାନେ ପକ୍କା ଘର ନିର୍ମାଣ କରି ପାରୁନାହାନ୍ତି । ଗାଁରେ ପ୍ରାୟ ୬୦ ଛୋଟ ପିଲା ଥିବା ସତ୍ୱେ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ପିଲାମାନେ ୧ କିଲୋମିଟର ଦୂରରେ ଥିବା ପୁନଙ୍ଗ ଗାଁର ଅଙ୍ଗନୱାଡି କେନ୍ଦ୍ରକୁ ଯାଉଛନ୍ତି ।
ବାରମ୍ବାର ଦାବି ସତ୍ତ୍ୱେ ମୌଳିକ ସୁବିଧା ପୂରଣ ହେଉନଥିବାରୁ ଜିଲ୍ଲା ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଲୋଡ଼ିଛନ୍ତି ଗଣେଶ ହାଁସଦା, ଦୁର୍ଗା ମାରାଣ୍ଡି, କୁନା କେଶରୀ, ମୋହନ ସିଂ ପ୍ରମୁଖ ।
ଲୋକାଲ ୱାୟାର
Leave a Reply