ବାରିପଦା, ସେପ୍ଟେମ୍ବର ୪(ଲୋକାଲ ୱାୟାର): ମୟୂରଭଞ୍ଜ ଜିଲ୍ଲାର ବାରିପଦାର ବିଜେପି ବିଧାୟକ ପ୍ର୍ରକାଶ ସୋରେନଙ୍କୁ ଯନ୍ତ୍ରୀଙ୍କୁ ମାଡ଼ ଘଟଣାରେ ଶୁକ୍ରବାର ଗିରଫ କରାଯିବା ପରେ ଜାମିନରେ ଛାଡ଼ି ଦିଆଯାଇଥିବା ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।
ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ଗତ ଗୁରୁବାର ରାତିରେ ସର୍କିଟ ହାଉସକୁ ଡକାଇ ବିଧାୟକ ମାଡ଼ ମାରିଥିବା ଶ୍ରୀ ଜେନା ଅଭିଯୋଗ କରିଥିଲେ ।
ତଦନ୍ତ ପରେ ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଶୁକ୍ରବାର ମଧ୍ୟାହ୍ନରେ ବିଧାୟକଙ୍କୁ ଗିରଫ କରିଥିଲା ।
ଏହି ଖବର ପ୍ରଚାର ହେବା ପରେ ବିଧାୟକଙ୍କ ଶହ ଶହ ସମର୍ଥକ ଥାନା ସମ୍ମୁଖରେ ଧାରଣା ଦେଇଥିଲେ ।
ବିଧାୟକଙ୍କୁ ସ୍ଥାନୀୟ ଏସଡିଜେଏମଙ୍କ କୋର୍ଟରେ ପୁଲିସ ହାଜର କରିବା ପରେ ବିଚାରପତି ୩୦ ହଜାର ଟଙ୍କା ମୁଚାଲିକାରେ ବିଧାୟକଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
ଉାମଲାର ତଦନ୍ତ ବେଳେ ଆବଶ୍ୟକ ପଡ଼ିଲେ ପୁଲିସ ସମ୍ମୁଖରେ ହାଜର ହେବାକୁ ଜାମିନ ନିଦେ୍ର୍ଦଶରେ ବିଚାରପତି କହିଛନ୍ତି ।
ଲୋକାଲ ୱାୟାର
Leave a Reply