ବ୍ରହ୍ମପୁର, ଅକ୍ଟୋବର ୧୪(ଲୋକାଲ ୱାୟାର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଜଣେ ଆଇଆରବି ଯବାନ ଜଣଙ୍କ ଘରେ ପଶି ଏକ ଶିଶୁକୁ ପଣବନ୍ଦୀ ରଖି ଡକାୟତି ଉଦ୍ୟମ କରିବା ସହ ଛୁରାମାଡ଼ କରିବାରୁ ୩ ଜଣ ଆହତ ହୋଇଥିବା ସ୍ଥାନୀୟ ପୁଲିସ କହିଛି ।
ବାଲିଗୁଡ଼ା ସବଜେଲରେ ମୁତୟନ ଥିବା ମାନସ କୁମାର ମାଝୀ ନାମକ ଆଇଆରବି ଯବାନ ସହର ମଧ୍ୟସ୍ଥ ବ୍ଲକ କଲୋନିରେ ଅଭିଜିତ ପ୍ରଧାନଙ୍କ ଘରେ ପଶି ତାଙ୍କ ପୁଅ ବେକରେ ଛୁରି ଲଗାଇ ଟଙ୍କା ଓ ସୁନାଗହଣା ନ ଦେଲେ ତାକୁ ହତ୍ୟା କରିବାକୁ ଧମକ ଦେଇଥିଲେ ।
ଅଭିଜିତଙ୍କ ସାନ ଭାଇ ଅବିନାଶ ଏହି ସମୟରେ ପହଞ୍ଚି ମାନସଙ୍କୁ ପ୍ରତିରୋଧ କରିଥିଲେ । ଅବିନାଶଙ୍କ ଚିକ୍ରାର ଶୁଣି ପଡ଼ୋଶୀମାନେ ମଧ୍ୟ ପହଞ୍ଚି ଯାଇଥିଲେ ।
ମାନସ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଲୋକମାନେ ତାକୁ କାବୁ କରି ନେଇଥିଲେ । କିନ୍ତୁ ମାନସର ଛୁରାମାଡ଼ରେ ଅଭିଜିତ, ଅବିନାଶ ଏବଂ ପଡ଼ୋଶୀ ବିଜୟଲକ୍ଷ୍ମୀ ପଣ୍ଡା ଆହତ ହୋଇଛନ୍ତି ।
ଲୋକମାନେ ମାନସକୁ ନିସ୍ତୁକ ମାଡ଼ ମାରିବା ପରେ ପୁଲିସକ ହସ୍ତାନ୍ତର କରିଥିବା କହିଛନ୍ତି ବାଲିଗୁଡ଼ା ଆଇଆଇସି ପ୍ରଶାନ୍ତ କୁମାର ବେହେରା ।
ଲୋକାଲ ୱାୟାର
Leave a Reply