ଭୁବନେଶ୍ୱର, ଏପ୍ରିଲ ୩୦ (ଲୋକାଲ ୱାୟାର) : ଯାଜପୁର ଜିଲ୍ଳାରେ ଆଜି ଚିହ୍ନଟ ହୋଇଥିବା ୧୪ ଜଣ କରୋନା ପଜିଟିଭଙ୍କ ତଥ୍ୟ ଦେଇଛନ୍ତି ସରକାର ।
ଏ ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲା କଟିକଟା ଅଞ୍ଚଳର ହୋଇଥିବା ବେଳେ ସମସ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ରହିଛି ।
୧୪ ଜଣଙ୍କ ମଧ୍ୟରେ ୬ ପୁରୁଷ, ୫ ମହିଳା, ଜଣେ ନାବାଳକ ଓ ୨ ଶିଶୁ ଅଛନ୍ତି ।
ପୁରୁଷଙ୍କ ବୟସ ଯଥାକ୍ରମେ – ୨୯, ୩୮, ୩୫, ୨୯,୩୪, ୬୨ ରହିଛି ।
ମହିଳାଙ୍କ ବୟସ ଯଥାକ୍ରମେ – ୪୦, ୨୦, ୮୫, ୩୬ ଓ ୫୨ ରହିଛି ।
୨ ଶିଶୁଙ୍କ ମଧ୍ୟରେ ଜଣେ ୩ ବର୍ଷର ଝିଅ ଓ ୩ ବର୍ଷର ପୁଅ ସହ ଜଣେ ୧୨ ବର୍ଷର ନାବାଳକ ରହିଛନ୍ତି।
ଏନେଇ ଗୁରୁବାର ଗୀତ ଗୋବିନ୍ଦ ସଦନରେ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହ କହିଛନ୍ତି, ପୂର୍ବରୁ କଟିକଟାରୁ ୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।
ସେମାନେ ପଶ୍ଚିମବଙ୍ଗ ଫେରନ୍ତା ଥିଲେ । ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା ।
କଟିକଟା ଗାଁରେ ମୋଟ ୨୬୯ ପରିବାର ଅଛନ୍ତି । କଣ୍ଟେନମେଣ୍ଟ ପରେ ୨ ଶହ ନମୂନା ପରୀକ୍ଷଣ କରାଯାଇଛି ।ସେଥିରୁ ୧୪ଟି ପଜିଟିଭ ଏବେ ଚିହ୍ନଟ ହୋଇଛନ୍ତି ।
ସେଠାରୁ ଆହୁରି ସାମ୍ପଲ ନିଆଯାଇ ପରୀକ୍ଷା ପାଇଁ ପଠାଯାଉଛି । କଣ୍ଟେନମେଣ୍ଟ ଅଞ୍ଚଳରେ ଥିବାରୁ ଭୟ କରନ୍ତୁ ନାହିଁ । ସରକାରୀ କଟକଣାକୁ କଡାକଡି ମାନନ୍ତୁ ବୋଲି ସଞ୍ଜୟ କହିଛନ୍ତି ।
ଏହି ୧୪ ଆକ୍ରାନ୍ତ ପରେ ଯାଜପୁରରେ କରୋନା ପଜିଟିଭଙ୍କ ସଂଖ୍ୟା ୩୬କୁ ବୃଦ୍ଧି ହୋଇଛି । ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ଗୋଟିଏ ଦିନରେ ଯାଜପୁରରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକାଳେ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ।
ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୧୪୨ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୦୨ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୩୯ ଜଣ ସୁସ୍ଥ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି ।
ଲୋକାଲ ୱାୟାର
Leave a Reply