ଯାଜପୁର, ଅଗଷ୍ଟ ୨୨(ଲୋକାଲ ୱାୟାର): ଯାଜପୁର ଜିଲ୍ଲାର ରଗଡ଼ି ଜେଲରେ ୧୧୩ ଜଣ କଏଦୀ କରୋନା ସଂକ୍ରମିତ ହୋଇଥିବା ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି ।
ଜେଲରେ କଏଦୀ ଓ କର୍ମଚାରୀଙ୍କୁ ମିଶାଇ ମୋଟ ୨୩୫ ଜଣ ଅଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କର କରୋନା ଲକ୍ଷଣ ପ୍ରକାଶ ପାଇବାରୁ ସମସ୍ତଙ୍କ ସ୍ୱାବ୍ ସଂଗ୍ରହ କରି ପରୀକ୍ଷା ସକାଶେ ପଠାଯାଇଥିଲା ।
ନିକଟରେ ଜେଲକୁ ଆସିଥିବା ୧୧ ଜଣଙ୍କ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ରବିବାର ୧୦୨ ଜଣଙ୍କର ଆସିଥିବା ରିପୋର୍ଟ ପଜିଟିଭ୍ ରହିଛି ।
ଲୋକାଲ ୱାୟାର
Leave a Reply