ଭୁବନେଶ୍ୱର, ଏପ୍ରିଲ ୨୫(ଲୋକାଲ ୱାୟାର): ଯାଜପୁର ଜିଲ୍ଲାରେ ଆଉ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ଶନିବାର ରାତି କହିଛି ।
ଚିହ୍ନଟ ହୋଇଥିବା ୫ ଜଣ ଦଶରଥପୁର ବ୍ଲକର ବାସିନ୍ଦା ଏବଂ ସମସ୍ତେ କୋଲକାତାରୁ ଆସିଥିଲେ ।
ଯାଜପୁର ଜିଲ୍ଲାରେ ମୋଟ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି ।
ଶନିବାର ରାତି ସୁଦ୍ଧା ରାଜ୍ୟରେ ମୋଟ ୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ (ଭୁବନେଶ୍ୱର) ହୋଇଥିବା ବେଳେ ୩୪ ଜଣ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ ୧୦ଟି ଜିଲ୍ଲାରେ ଆକ୍ରାନ୍ତ ଥିବା ବେଳେ ସେଥିରୁ ୫ଟି ଜିଲ୍ଲା ଏବେ କରୋନା ମୁକ୍ତ (ସୁନ୍ଦରଗଡ଼, ଢେଙ୍କାନାଳ, କଟକ, ପୁରୀ, କଳାହାଣ୍ଡି)ହୋଇସାରିଛି ।
ଲୋକାଲ ୱାୟାର
Leave a Reply