ଭୁବନେଶ୍ୱର, ସେପ୍ଟେମ୍ବର ୧୩(ଲୋକାଲ ୱାୟାର): ସବୁ ସମୟରେ କିଛି ନା କିଛି କାରଣ ଯୋଗୁ ଚର୍ଚ୍ଚାରେ ଥାନ୍ତି ଯାତ୍ରା ରଙ୍ଗମହଲର ପ୍ରଯୋଜକ ସତ୍ୟ ଜେନା ।
ଏଥର ତାଙ୍କ ଜୀବନ ଯାତ୍ରାରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ଫର୍ଦ୍ଦ । ଏଥର ସେ ନିର୍ଦ୍ଦେଶନା କ୍ଷେତ୍ରକୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି ।
ସେ କହିଛନ୍ତି, ମୁଁ ୨୦ରୁ ୨୫ ନାଟକରେ ଅଭିନୟ କରିଛି । ଅଭିନୟ କରିବା ବେଳେ ନିଦେ୍ର୍ଦଶକ ଇଂ. ଆଶୁତୋଷ ମହାପାତ୍ରଙ୍କ ନିର୍ଦ୍ଦେଶନା ଶୈଳୀ ମତେ ଖୁବ୍ ପ୍ରଭାବିତ କରିଥିଲା ।
ପ୍ରାୟ ୧୦ ବର୍ଷ ପ୍ରଯୋଜନା କ୍ଷେତ୍ରରେ ମୁଁ ସବୁବେଳେ ନାଟକରେ ଜଡ଼ିତ ରହିଆସିଛି ।
ବର୍ତ୍ତମାନ କରୋନା ପରେ ଯାତ୍ରାରେ ଖର୍ଚ୍ଚ କାଟ କରିବାକୁ ଆମେ ସମସ୍ତେ ବାଧ୍ୟ । କିନ୍ତୁ ତା’ ଭିତରେ ବି ଦର୍ଶକଙ୍କୁ ଶତ ପ୍ରତିଶତ ମନୋରଞ୍ଜନ ଯୋଗାଇ ଦେବା ମୋ କର୍ତ୍ତବ୍ୟ ।
ସେଥିପାଇଁ ମୁଁ ନିର୍ଦ୍ଦେଶନା କ୍ଷେତ୍ରକୁ ଆସିବା ପାଇଁ ମନସ୍ଥ କରିଛି । ନାଟକର ଶୀର୍ଷକ ଖୁବଶୀଘ୍ର ଘୋଷଣା କରିବି ।
ଯଦି ଦର୍ଶକଙ୍କ ଭଲପାଇବା ଓ ସାଇବାବାଙ୍କ ଆଶୀର୍ବାଦ ରହିବ ମୁଁ ପ୍ରତି ଦୁଇ ବର୍ଷରେ ଗୋଟିଏ ନାଟକରେ ନିଦେ୍ର୍ଦଶନା ଦେବି ବୋଲି ଯୋଜନା କରୁଛି ।
ଲୋକାଲ ୱାୟାର
Leave a Reply