ପାରାଦୀପ, ଡିସେମ୍ବର ୨୨(ଲୋକାଲ ୱାୟାର): ପାରାଦୀପ ବନ୍ଦରକୁ ଆସିଥିବା ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ୍ ଜଲସ୍ୱରେ ମଙ୍ଗଳବାର ଗଭୀର ସମୁଦ୍ରକୁ ଯାଇ ରାଜ୍ୟର ୧୦୧ ଜଣ ବିଧାୟକ ଏକ ନୂଆ ଅନୁଭୂତି ପାଇଛନ୍ତି ।
୧୯୭୧ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟର ୫୦ ବର୍ଷ ଉପଲକ୍ଷେ ଭାରତୀୟ ନୌସେନା ‘ଏ ଡେ ଆଟ୍ ସି’ ବା ସମୁଦ୍ରରେ ଗୋଟିଏ ଦିନ ନାମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଛି ।
ଏହି ଅବସରରେ ବିଧାୟକମାନଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଥିଲା ।
ବିଧାୟକମାନଙ୍କ ସହ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ସକାଳେ ପାରାଦୀପରେ ପହଞ୍ଚିବା ପରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ଏହାପରେ ସେମାନଙ୍କୁ ଯୁଦ୍ଧ ଜାହାଜରେ ସମୁଦ୍ରକୁ ନିଆଯାଇଥିଲା ।
ଇଷ୍ଟର୍ଣ୍ଣ ଫ୍ଲିଟର କମାଣ୍ଡିଂ ଫ୍ଲାଗ୍ ଅଫିସର୍ ରିଅର୍ ଆଡମିରାଲ୍ ସଞ୍ଜୟ ବତ୍ସାୟନ ବିଧାୟକମାନଙ୍କୁ ନୌସେନାର କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ ।
ଓଡ଼ିଶା ଇନଚାର୍ଜ ନାଭାଲ୍ ଅଫିସର୍ କମାଣ୍ଡର ରିତୁରାଜ୍ ସାହୁ ମଧ୍ୟ ଉପସ୍ଥିତ ଥିଲେ ।
ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୌସେନାର ବରିଷ୍ଠ ପଦାଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା ।
ଲୋକାଲ ୱାୟାର
Leave a Reply