ଭୁବନେଶ୍ୱର, ଅକ୍ଟୋବର ୬(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ ଲୁଟେରା ମାନେ ଜଣେ ଯୁବତୀଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେବାରୁ ସେ ସ୍କୁଟିରୁ ପଡ଼ି ଯାଇ ଆହତ ହୋଇଥିବା ଅଭିଯୋଗ ହୋଇଛି ।
ଆଚାର୍ଯ୍ୟ ବିହାର ଅଞ୍ଚଳରେ ରହୁଥିବା ଶୁଭଶ୍ରୀ ଆଚାର୍ଯ୍ୟ କୌଣସି କାମରେ ଜୟଦେବ ବିହାର ଆଡ଼କୁ ସ୍କୁଟିରେ ଯାଉଥିବା ବେଳେ ଏକ ନମ୍ବର ବିହୀନ ବାଇକରେ ଦୁଇ ଜଣ ଲୁଟେରା ଆସି ତାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେଇଥିଲେ ।
ଚଳନ୍ତା ବାଇକରୁ ସେମାନେ ହାତ ବଢ଼ାଇ ଚେନ୍ ଟାଣି ନେବାରୁ ଯୁବତୀ ଜଣକ ସ୍କୁଟିରୁ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ।
ପ୍ରାଥମିକ ଚିକିତ୍ସା ପରେ ଯୁବତୀ ଏ ନେଇ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଥାନାର ଜଣେ ଅଧିକାରୀ ।
ଲୋକାଲ ୱାୟାର
Leave a Reply