ଭୁବନେଶ୍ୱର, ଜୁନ୍ ୨୧(ଲୋକାଲ ୱାୟାର): ଆଜି ଥିଲା ଅନ୍ତର୍ଜାତୀୟ ଯୋଗ ଦିବସ ।

ଏହି ଅବସରରେ ସିନେମା ଓ ଟିଭି ଜଗତର କଳାକାର ତଥା ସେଲିବ୍ରିଟିମାନେ ସୋସିଆଲ୍ ମିଡିଆରେ ବିଭିନ୍ନ ଯୋଗ ମୁଦ୍ରାରେ ନଜର ଆସିଥିଲେ ।

ଅନେକ ଯୋଗ କରୁଥିବାର ଭିଡିଓ ଓ ଫଟୋକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଯୋଗ ଦିବସ ଅବସରରେ ବାର୍ତ୍ତା ରଖିବା ସହ ଶୁଭେଚ୍ଛା ଜଣାଇଥିଲେ ।


ଅଭିନେତାମାନଙ୍କ ଅପେକ୍ଷା ବେଶି ଅଭିନେତ୍ରୀମାନଙ୍କୁ ଯୋଗ କରୁଥିବାର ଦେଖିବାକୁ ମିଳିଛି ।

ଅଭିନେତ୍ରୀ ସସ୍ମିତା ପିୟାଲି ସାହୁ, ଶୀତଲ ପାତ୍ର, ଛନ୍ଦିତା ପାଢ଼ୀ, ଝିଲିକ୍ ଭଟ୍ଟାଚାର୍ଯ୍ୟ, ଐଶ୍ୱର୍ଯ୍ୟା ବେହେରା, ନିହାରିକା ଦାଶ, ଅର୍ଚ୍ଚିତା ସାହୁ, ରାଗିଣୀ ରିୟା ସୂତ୍ରଧର, ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ପ୍ରମୁଖ ଯୋଗ ସମୟର ଫଟୋ ଓ ଭିଡିଓ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଜାରି କରିଛନ୍ତି ।

ସେହିପରି ଟେଲି ଅଭିନେତା ଲିକୁନ୍ ଚୌଧୁରୀ ନିଜ ପୁଅ ସହ ଘରେ ଯୋଗ କରିଥିଲା ବେଳେ ଅଭିନେତା ଓ ନିଦେ୍ର୍ଦଶକ ଶ୍ରୀତମ୍ ଦାସ ପାର୍କରେ କିଛି ବ୍ୟକ୍ତିଙ୍କ ସହ ଯୋଗ କରିଛନ୍ତି ଏବଂ ଘରେ ଯୋଗ କରୁଥିବା ସମୟର ଭିଡିଓ ବି ପୋଷ୍ଟ କରିଛନ୍ତି । ଏହିଭଳି ଭାବେ ପ୍ରାୟ କଳାକାର ଆଜି ଯୋଗ କରୁଥିବାର ନଜର ଆସିଛନ୍ତି ।

ଲୋକାଲ ୱାୟାର