• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ରଙ୍ଗଭରିଲା ଜାତୀୟ ନାଟ୍ୟ ଉତ୍ସବ ‘ପୂର୍ବରଙ୍ଗ

ରଙ୍ଗଭରିଲା ଜାତୀୟ ନାଟ୍ୟ ଉତ୍ସବ ‘ପୂର୍ବରଙ୍ଗ

March 11, 2021 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୧୧(ଲୋକାଲ ୱାୟାର): ମାର୍ଚ୍ଚ ୧ରୁ ୫ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନବ୍ୟାପୀ ରବୀନ୍ଦ୍ର ମଣ୍ଡପରେ ପ୍ରତି ସନ୍ଧ୍ୟା ପରିବେଷିତ ହୋଇଥିଲା ଭଳିକି ଭଳି ନାଟକ ।

ଦେଶର କୋଣ ଅନୁକୋଣର ୪ଟି ହିନ୍ଦୀ ଏବଂ ଗୋଟିଏ ଓଡ଼ିଆ ନାଟକ ଦେଖିବାର ଅବସର ମିଳିଥିଲା ଏହି ଜାତୀୟ ନାଟ୍ୟ ଉତ୍ସବ ‘ପୂର୍ବରଙ୍ଗ-୨୦୨୧’ ।

ପ୍ରଥମ ସନ୍ଧ୍ୟାରେ ଓଡ଼ିଶାର ଜୀବନରେଖା ଥିଏଟର ଗ୍ରୁପ୍ ରତି ମିଶ୍ରଙ୍କ ରଚନା ଓ ଅଭିନ୍ନ ରାଉତରାୟଙ୍କ ନିର୍ଦେଶନାରେ ଓଡ଼ିଆ ନାଟକ ‘ସୀତା’ ପରିବେଷଣ କରିଥିଲେ ।

ଦ୍ୱିତୀୟ ସନ୍ଧ୍ୟାରେ ଭୋପାଳ ବିହାନ ଡ୍ରାମା ୱାର୍କସ୍ ସ୍ୱପ୍ନନିଲ୍ ଜୈନଙ୍କ ରଚନା ଓ ସୌରଭ ଅନନ୍ତଙ୍କ ନିର୍ଦେଶନାରେ ହିନ୍ଦୀ ନାଟକ ‘ରୋମିଓ-ଜୁଲିଏଟ୍ ଇନ୍ ସ୍ମାର୍ଟ ସିଟି ଅଫ୍ କଣ୍ଟେମ୍ପୋରାରୀ ଇଣ୍ଡିଆ’, ତୃତୀୟ ସନ୍ଧ୍ୟାରେ ଆସାମ ସିଗୁଲ୍ ଥିଏଟର ଭାଗିରଥୀ ବାଇଙ୍କ ନିର୍ଦେଶନାରେ ହିନ୍ଦୀ ନାଟକ ‘କମଳାଦେବୀ’, ଚତୁର୍ଥ ସନ୍ଧ୍ୟାରେ ନୂଆଦିଲ୍ଲୀ ଆକ୍ଟର୍ସ ରେପେରଟୋରୀ ଥିଏଟର(ଆର୍ଟ) ବିଜୟ ଦାନ ଦେଠାଙ୍କ ରଚନା ଓ ଅବତାର ସାହାଣୀଙ୍କ ନିର୍ଦେଶନାରେ ହିନ୍ଦୀ ନାଟକ ‘ନାଗିନ ତେରା ବଂଶ ବଢ଼େ’, ପଞ୍ଚମ ତଥା ଅନ୍ତିମ ସନ୍ଧ୍ୟାରେ ନୂଆଦିଲ୍ଲୀ ୟୁନିକର୍ଣ୍ଣ ଆକ୍ଟର୍ସ ଷ୍ଟୁଡିଓ ଧର୍ମବୀର ଭାର୍ତ୍ତୀଙ୍କ ରଚନା ଓ ହାପି ରଣଜିତଙ୍କ ନିର୍ଦେଶନାରେ ହିନ୍ଦୀ ନାଟକ ‘ସୁରଜ କା ସାତୱାଁ ଘୋଡ଼ା’ ପରିବେଷିତ ହୋଇଥିଲା ।

ପ୍ରତି ନାଟକ ଶେଷରେ ରାଜ୍ୟର ୧୨ଜଣ ଓ ଭୁବନେଶ୍ୱରର ୨୦ଜଣ ମୋଟ୍ ୩୨ ଜଣ ପର୍ଯ୍ୟବେକ୍ଷକଙ୍କୁ ନେଇ ‘ଡିନର୍ସ ୱିଥ୍ ଡାଇରେକ୍ଟର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା ।

ଯେଉଁଥିରେ କେବଳ ନିଜ ନାଟକ ସମ୍ପର୍କରେ ନିର୍ଦେଶକ ମତ ରଖୁଥିଲେ । ନାଟକ ନେଇ ପର୍ଯ୍ୟବେକ୍ଷକଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ । ପ୍ରତିଟି ନାଟକ ଅତି ଚମତ୍କାର ଓ ଚିତ୍ତାକର୍ଷକ ହୋଇଥିଲା ।

କଳାକାରଙ୍କ ଅଭିନୟ, ମଞ୍ଚସଜ୍ଜା, ଆଲୋକ ପରିଚାଳନା ସବୁକିଛି ଦେଖିଲା ପରି ଥିଲା ।

ଯେଉଁଥିରୁ କିଛି ଶିକ୍ଷା ମିଳିଛି, ତାକୁ ଆଗାମୀ ନାଟକରେ ପ୍ରୟୋଗ କରି ଭଲ ନାଟକ ଭେଟି ଦେବାକୁ ପରିକଳ୍ପନା କରୁଛନ୍ତି କିଛି ନାଟ୍ୟବିତ୍ ବୋଲି କହିଛନ୍ତି ।

କୋଭିଡ୍ କଟକଣା ପାଳନ ପୂର୍ବରୁ ଇତିମଧ୍ୟରେ ନାଟକ ଉତ୍ସବ ଶେଷ ହୋଇଛି ।

ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତା ପକ୍ଷରୁ ଓଡ଼ିଶା ନାଟ୍ୟ ସଂଘ ମିଳିତ ସହଯୋଗରେ ଏହି ଉତ୍ସବ ଆୟୋଜିତ ହୋଇଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ୱର

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire