ଭୁବନେଶ୍ୱର, ଅଗଷ୍ଟ ୨୫(ଲୋକାଲ ୱାୟାର): ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଅନୁଧ୍ୟାନ ଲାଗି ରାଜ୍ୟ ଆଇନ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଥିବା ବିଭାଗୀୟ ଅଧିକାରୀ ମଙ୍ଗଳବାର କହିଛନ୍ତି ।
ଏଥିସହ ବିଭାଗ ମୁକ୍ତିମଣ୍ଡପରେ ଖାଲିଥିବା ପଦବି ଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନକୁ କହିଛି ।
ଆଇନ ବିଭାଗ ନିକଟରେ ଦୁଇ ଜଣ ବ୍ୟକ୍ତିଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ଏହି ନ ନିର୍ଦେଶ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ୨୦୧୮ରେ ହାଇକୋର୍ଟଙ୍କ ନିଦେ୍ର୍ଦଶ ଅନୁସାରେ ଏଏସଆଇର ଅନୁଧ୍ୟାନ ପାଇଁ ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ କରିଥିଲା । କିନ୍ତୁ ଚାବିକାଠି ନ ମିଳିବାରୁ ଏହା ସମ୍ଭବ ହୋଇ ନଥିଲା ।
ଲୋକାଲ ୱାୟାର
Leave a Reply