• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ରସଗୋଲା ଦିବସରେ ଆସନ୍ତୁ ଜାଣିବା ଏହାର ରସସିକ୍ତ ଇତିହାସ

ରସଗୋଲା ଦିବସରେ ଆସନ୍ତୁ ଜାଣିବା ଏହାର ରସସିକ୍ତ ଇତିହାସ

July 4, 2020 By Prativa Ghosh Leave a Comment

ଭୁବନେଶ୍ୱର, ଜୁଲାଇ ୪(ଲୋକାଲ ୱାୟାର): ରସଗୋଲା । ନାଁଟା ହିଁ ଏମିତି ଯେ ପାଟିରୁ ଲାଳ ଗଡ଼ିବା ସୁନିଶ୍ଚିତ ।

କେବଳ ଖାଦ୍ୟ ଆକାରରେ ନୁହେଁ, ହିନ୍ଦୁ ପରମ୍ପରାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ରସଗୋଲାର ସମ୍ପର୍କ ଅତି ନିବିଡ଼ ।

ମହାପ୍ରଭୁଙ୍କ ନୀଳାଦ୍ରି ବିଜେରେ ରସଗୋଲା ଭୋଗଲାଗି ହୁଏ ।

ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିିଙ୍କୁ ରସଗୋଲା ଭୋଗ ଦିଆଯାଏ ।

ତାଛଡ଼ା ଏହି ଦିନଟିକୁ ଓଡ଼ିଶାବାସୀ ରସଗୋଲା ଦିବସ ଭାବେ ପାଳନ କରିଥାନ୍ତି ।

ରସଗୋଲାକୁ ନେଇ ଅନେକ ବାବଦ ବିବାଦ । ଓଡ଼ିଶାର କି ପଶ୍ଚିମବଙ୍ଗର ।

ଏକଥାର ତର୍କ ଆଡ଼କୁ ବିଚାର କରିବାର ଆସ୍ପର୍ଦ୍ଧା ଆମର ନାହିଁ ।

ରସଗୋଲା ଦିବସ ଅବସରରେ ରସଗୋଲାର ପୁରୁଣା ଇତିହାସ ଓ ଏହାର ଐତିହାସିକ ତଥ୍ୟାବଳୀ, ସମସାମୟିକ ସମୟରେ ଏହାର ଚାହିଦାକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା….

ପୌରାଣିକ କଥାବସ୍ତୁ:

ଜଗନ୍ନାଥ ଓ ରସଗୋଲାର କାହାଣୀ ସହସ୍ର ବର୍ଷ ପୁରୁଣା । ଏହି ପରମ୍ପରା ଶ୍ରୀ ଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ।

ମହାପ୍ରଭୁ ଭାଇ ଭଉଣୀଙ୍କ ସହ ସ୍ନାନବେଦୀରେ ଗାଧୋଇବା ପରେ ଜ୍ୱରରେ ପଡ଼ନ୍ତି । ଏହି ସମୟରେ ସେ ୧୪ ଦିନ ପାଇଁ ଅଣସର ଘରେ ରହନ୍ତି ।

ମହାଲକ୍ଷ୍ମୀ ପ୍ରଭୁଙ୍କୁ ଭଲ କରିବା ପାଇଁ ଦିନରାତି ଏକ କରି ଦିଅନ୍ତି ।

୧୪ ଦିନ ପରେ ମହାପ୍ରଭୁ ସୁସ୍ଥ ହୁଅନ୍ତି । ଏଥିରେ ସାମାନ୍ୟ ଆଶ୍ୱସ୍ତ ହୋଇ ଓ ୧୪ ଦିନର କ୍ଲାନ୍ତି ଯେଗୁଁ ମହାଲକ୍ଷ୍ମୀଙ୍କ ଆଖି ଲାଗିଯାଇଥିଲା ।

ଏହାର ସୁଯୋଗ ନେଇ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ମାଉସୀ ଘର ଚାଲି ଆସନ୍ତି । ଯେତେବେଳେ ମହାଲକ୍ଷ୍ମୀଙ୍କ ନିଦ ଭାଙ୍ଗେ ସେ ପାଖରେ ପ୍ରଭୁଙ୍କୁ ପାଆନ୍ତି ନାହିଁ ।

ତାଙ୍କୁ ଛାଡ଼ି ସମସ୍ତେ ମାଉସୀଘର ଚାଲିଯାଇଥିବାରୁ ମହାପ୍ରଭୁଙ୍କ ଉପରେ କ୍ଷୁବ୍ଧ ହୁଅନ୍ତି । ଏପରିକି ରାଗିଯାଇ ଶ୍ରୀମନ୍ଦିର ଛାଡ଼ି ରୋଷଘରେ ରହନ୍ତି ।

କିଛି ଦିନ ଏପରି ଗଲା ପରେ ଅନ୍ୟ ଉପାୟ ନ ପାଇ ସେ ବିମଳା ଦେବୀଙ୍କ ପାଖକୁ ଯାଆନ୍ତି ।

ବିମଳା ମା ଲକ୍ଷ୍ମୀଙ୍କୁ ବୁଦ୍ଧି ଦିଅନ୍ତି, ଯେତେବେଳେ ସ୍ୱାମୀ ବୁଦ୍ଧି ହରାନ୍ତି ସେତେବେଳେ ତାଙ୍କୁ ଏହା ଜଣାଇବାକୁ ପଡ଼େ ।

ପରେ ମହାଲକ୍ଷ୍ମୀ ସେଠାରୁ ଫେରି ଆସନ୍ତି । ମହାପ୍ରଭୁ ଯେତେବେଳେ ପୁଣିଥରେ ଶ୍ରୀମନ୍ଦିରକୁ ଫେରନ୍ତି କ୍ଷୁବ୍ଧ ମହାଲକ୍ଷ୍ମୀଙ୍କୁ ମନାଇବାକୁ ରସଗୋଲା ଦେଇଥାନ୍ତି ।

ତିନିଶହ ବର୍ଷ ପୁରୁଣା ଇତିହାସ:

ପଶ୍ଚିମବଙ୍ଗରେ ରସଗୋଲା ଦେଖାଦେବାର ପାଖାପାଖି ୩ଶହ ବର୍ଷ ଆଗରୁ ଓଡ଼ିଶାରେ ରସଗୋଲା ଥିଲା ।

ଏକଥା ଆମେ କହୁନୁ ବରଂ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ବଳରାମ ଦାସଙ୍କ ରଚିତ ଦାଣ୍ଡି ରାମାୟଣରେ ଏକଥା ସ୍ପଷ୍ଟ ଭାବେ ଲେଖାଅଛି ।

ମାଦଳା ପାଞ୍ଜିରେ ମଧ୍ୟ ରସଗୋଲା କଥା ଉଲ୍ଲେଖ ରହିଛି ।

ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ରଥ (୧୮୪୮-୧୯୧୦)ରେ ଯେଉଁ ଦାଣ୍ଡି ବାଲ୍ମିକୀ ରାମାୟଣର ସମ୍ପାଦନା କରିଥିଲେ ସେଥିରେ ମଧ୍ୟ ଏକଥା ଲେଖାଅଛି ।

ଅର୍ଥାତ ଆଜିକୁ ଦେଢ଼ଶହ ବର୍ଷ ଆଗରୁ ଲୋକେ ରସଗୋଲା ଓ ଏହାର ବ୍ୟବହାର ବାବଦରେ ଅବଗତ ଥିଲେ ।

ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାସ ତାଙ୍କ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବହି ‘ଓଡ଼ିଆ ସାହିତ୍ୟର ଇତିହାସ’ ପୁସ୍ତକର ପ୍ରଥମ ଭାଗରେ ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ରସଗୋଲା ସମ୍ପର୍କରେ ଉଲ୍ଳେଖ ଥିବା ଦର୍ଶାଇଛନ୍ତି ।

ଏଥିରେ ଲେଖାଅଛି ଯେ ଭରଦ୍ୱାଜଙ୍କ ଆଶ୍ରମରେ ଋଷିମାନେ ଯେଉଁ ଅଭ୍ୟର୍ଥନା କରିଥିଲେ ସେଥିରେ ଓଡ଼ିଶାର ସମସ୍ତଙ୍କ ଘରେ ଘରେ ପ୍ରଚଳିତ ଥିବା ଖାଦ୍ୟ ପ୍ରଦାନ କରାଯାଉଥିଲା । ଯାହା ଭିତରେ ରସଗୋଲା ଥିଲା ।

ରସଗୋଲା ଷ୍ଟେଟମେଣ୍ଟ :

ରସଗୋଲା ଓଡ଼ିଶାର ବୋଲି ଦାବି କରନ୍ତି ଭାରତର ବିଶିଷ୍ଟ ଖାଦ୍ୟ ଗବେଷକ ପୁଷ୍ପେଶ୍ ପନ୍ତ । ତାଙ୍କ ମତରେ ପୂର୍ବରୁ ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାର ଗୋଟିଏ ଭୂଖଣ୍ଡ ଥିଲା ।

ସେତେବେଳେ ରସଗୋଲା ଓଡ଼ିଶାରେ ତିଆରି ହେଉଥିଲା । ସମ୍ଭବତଃ ଓଡ଼ଆ ପାଚକମାନେ ବଙ୍ଗୀୟମାନଙ୍କୁ ରସଗୋଲା ପ୍ରସ୍ତୁତି ଶିଖାଇ ଥାଇପାରନ୍ତି ।

ନ୍ୟୁ-ଇଣ୍ଡିଆନ୍ ପକ୍ଷରୁ ଆୟୋଜିତ ‘ଅ’ ସାହିତ୍ୟ ଉତ୍ସବର ଭାରତୀୟ ଖାଦ୍ୟ ଓ ରନ୍ଧନରେ ଆବର୍ଜନା ଶୀର୍ଷକ ଆଲୋଚନା ଚକ୍ରରେ ସେ ଏକଥା କହିଥିଲେ ।

ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ଇମତିଆଜ୍ ଅଲ୍ଲୀ ମଧ୍ୟ ରସଗୋଲାକୁ ଓଡ଼ିଶାର ବୋଲି କହିଥିଲେ ।

ଭାରତର ବିଖ୍ୟାତ ଡିଟେକ୍ଟିଭ୍ ଲେଖକ ଶୋଭନ୍ ଚୌଧୁରୀ ମଧ୍ୟ ରସଗୋଲାକୁ ନେଇ ବ୍ୟଙ୍ଗାତ୍ମକ ଟିପ୍ପଣୀ ଦେଇଥିଲେ । ସେ କହିଥିଲେ ବଙ୍ଗୀୟମାନେ ସବୁବେଳେ ସତ୍ୟଜିତ୍ ରାୟ ଓ ରବୀନ୍ଦ୍ର ନାଥ ଠାକୁରଙ୍କୁ ନେଇ ଗର୍ବ କରନ୍ତି ।

ହେଲେ ଏବେ ତାଙ୍କ ପାଖେ ନୂଆକରି ଗର୍ବ କରିବାକୁ କିଛି ନାହିଁ । ତେଣୁ ସେମାନେ ରସଗୋଲାକୁ ତାଙ୍କଠାରୁ ଛାଡ଼ିବାକୁ ଚାହୁଁ ନାହାଁନ୍ତି ।

ଓଡ଼ିଆଙ୍କ ପାଖେ ଗର୍ବ କରିବା ପାଇଁ ପୁରୀ ଓ କୋଣାର୍କ ଥିବା ବେଳେ ବଙ୍ଗୀୟଙ୍କ ପାଖେ କିଛି ନାହିଁ ।

ରସଗୋଲାକୁ ଜିଆଇ ଟ୍ୟାଗ୍‌:

୨୦୧୭ ଫେବ୍ରୁଆରୀ ୨୩ରେ ବଙ୍ଗଳାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ପରେ ମୁଣ୍ଡ ଟେକିଥିଲା ବିବାଦ । ଟ୍ୱିଟର, ଫେସ୍‌ବୁକ୍‌, ଇନ୍‌ଷ୍ଟାଠାରୁ ଆରମ୍ଭ କରି ବିଭିନ୍ନ ପ୍ଲାଟଫର୍ମରେ ଏହାକୁ ନେଇ ଲୋକେ ମୁହାଁମୁହିଁ ହୋଇଥିଲେ ।

ଗବେଷକଙ୍କ ସକ୍ରିୟ ପଦକ୍ଷେପ ଯୋଗୁଁ ଶେଷରେ ୨୦୧୯ ଜୁନ୍ ୨୯ରେ ଓଡିଶାର ରସଗୋଲାକୁ ମିଳିଲା ଜିଆଇ ମାନ୍ୟତା ।

ଚେନ୍ନାଇ ସ୍ଥିତ ଜିଆଇ ରେଜେଷ୍ଟ୍ରି ଅଫିସ୍ ଏହାକୁ ନିଜର ୱେବସାଇଟରେ ସ୍ଥାନ ଦେଲା । ତାଛଡ଼ା ଓଡ଼ିଶାର ରସଗୋଲା ପାଇଁ ଓଡ଼ିଶାର ସ୍ମଲ୍ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ଲିମିଟେଡ ଓ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିକୁ ଜିଆଇ ଟ୍ୟାଗ୍ ଦେଇ ସମ୍ବର୍ଦ୍ଧିତ କରାଗଲା ।

୨୦୧୮ ମସିହାରେ ରାଜ୍ୟ ସରକାର ପ୍ରଥମ କରି ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ମିଳୁ ବୋଲି ଚେନ୍ନାଇ ଜିଆଇ ରେଜେଷ୍ଟ୍ରି ଅଫିସରେ ଆବେଦନ କରିଥିଲେ ।

ପରଦା ପଛର ନାୟକ:

ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ଓ ରସଗୋଲା ଦିବସ ପାଳନ ପଛର ମଙ୍ଗ ଧରିଥିଲେ ବରିଷ୍ଠ ସାମ୍ବାଦିକ ଅସିତ୍ ମହାନ୍ତି ଓ ସାବତ୍ ଏକ୍ସପୋର ମୁଖ୍ୟ ଅନିତା ସାବତ୍ ।

୨୦୧୫ ମସିହା ନିଳାଦ୍ରି ବିଜେ ଦିନ ପ୍ରଥମ କରି ଅନିତା ସାବତ୍ ନିଜ ଟ୍ୱିଟର ଆକାଉଣ୍ଟରେ ଏକଥାକୁ ଉଲ୍ଲେଖ କରି ରସଗୋଲା ଦିବସ ପାଳନ ପାଇଁ ଓଡ଼ିଶା ବାସୀଙ୍କୁ ଆହ୍ୱାନ ଦେଇଥିଲେ ।

ପରବର୍ତ୍ତୀ ସମୟରେ ଏଥିରେ ଯୋଡ଼ି ହୋଇଯାଇଥିଲେ ଜଣେ ପରେ ଜଣେ ଗବେଷକ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ।

ଏ ବାବଦରେ ଅନିତା ସାବତ୍ କହନ୍ତି ୨୦୧୫ରେ ପ୍ରଥମେ ଆମେ ଏହି ଅଭିଯାନ ଆରମ୍ଭ କରିଥିଲୁ ।

ଆମେ ରସଗୋଲା ଦିବସ ପାଳନ ପାଇଁ ସମସ୍ତଙ୍କୁ ଉତ୍ସାହିତ କରୁଥିଲୁ ।

ପାଖାପାଖି ୫ ବର୍ଷ ପରେ ଆମକୁ ସଫଳତା ମିଳିଲା ।

ଓଡ଼ିଶା ରସଗୋଲାକୁ କିପରି ଜିଆଇ ମାନ୍ୟତା ମିଳିବ ସେଥିପାଇଁ ମୁଁ ଡକ୍ୟୁମେଣ୍ଟେସନରେ ସାହାଯ୍ୟ କରିଥିଲି ।

ବରିଷ୍ଠ ସାମ୍ବାଦିକ ଅସିତ୍ ମହାନ୍ତି କହନ୍ତି ରସଗୋଲାକୁ କପୋଳକଳ୍ପିତ ।

ଏହାକୁ ତିଆରି କରାଯାଇଥିଲା । ରସଗୋଲାକୁ ନେଇ ପୁରୀ ଜଗନ୍ନାଥ ମନ୍ଦିର ଓ ଓଡ଼ିଶାର ଏକ ପୁରାତନ ଇତିହାସ ରହିଛି ।

ଯାହାକି ପାଖାପାଖି ୫୦୦ ବର୍ଷ ପୁରୁଣା । ନୀଳାଦ୍ରୀବିଜେରେ ଜଗନ୍ନାଥଙ୍କୁ ଭୋଗ ଲାଗି ହୋଇଥାଏ ।

ଓଡ଼ିଶା ଓ ପଶ୍ଚିମବଙ୍ଗର ରସଗୋଲାର ସ୍ୱାଦ ବି ଭିନ୍ନ । ଆଗ ରସଗୋଲା ରସରେ ଭର୍ତ୍ତି ହୋଇଥିବା ବେଳେ ପାଟିରେ ପକାଇଲେ ମିଳାଇଯାଏ ।

ହେଲେ ବଙ୍ଗଳାର ରସଗୋଲା ସ୍ପଞ୍ଜି ହୋଇଥିବା ବେଳେ ଏହାକୁ ଚୋବେଇବାକୁ ପଡ଼େ ।

ସାଲେପୁରରୁ ପାହାଳ:

ଓଡ଼ିଶାର ରସଗୋଲାର ସ୍ୱତନ୍ତ୍ରତା ଢେର ବେଶୀ । ସେ ବିକଳ କର ରସଗୋଲା ହେଉ କି ପାହାଳ ।

ଭିନ୍ନ ଭିନ୍ନ ସ୍ଥାନରେ ଏହାର ସ୍ୱାଦ ବି ଭିନ୍ନ ଭିନ୍ନ । କେବଳ ସ୍ୱାଦ ନୁହେଁ ଏହାର ପ୍ରସ୍ତୁତି ବି ଭିନ୍ନ । ସାଲେପୁରର ବିକଳ କରଙ୍କ ରସଗୋଲା ଏବେ ବିଶ୍ୱ ବିଖ୍ୟାତ ହେଲାଣି ।

ମଳିଥିବା ସୂଚନା ଅନୁସାରେ ବିକଳ କରଙ୍କ ଦ୍ୱାରା ପ୍ରସ୍ତୁତ ରସଗୋଲା ପ୍ୟାକ୍ ହୋଇ ରାଜ୍ୟ ତଥା ଦେଶ ବାହାରକୁ ଯାଉଥିବା ବେଳେ ପାହାଳ ରସଗୋଲା ପାଇଁ ଦେଶ ଓ ବିଦେଶର ଖାଦ୍ୟପ୍ରେମୀ, ଫୁଡ ବ୍ଲଗର୍‌, ଗବେଷକ ଓ ସେଫମାନେ ଭୁବନେଶ୍ୱର ଆସୁଛନ୍ତି ।

ନ୍ୟାସନାଲ୍ ଜିଓଗ୍ରାଫିକ୍‌, ହିଷ୍ଟ୍ରି ଟିଭି, ଡିସକଭରୀ ଭଳି ଚ୍ୟାନେଲରେ ଓଡ଼ିଶାର ରସଗୋଲା ସ୍ଥାନ ପାଇଛି ।

ଲୋକାଲ ୱାୟାର

Filed Under: Odia, Special, ବିଶେଷ Tagged With: Special, ଓଡିଶା, ବିଶେଷ, ରସଗୋଲା

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire