ଭୁବନେଶ୍ଵର, ଡିସେମ୍ବର ୨୭ (ଲୋକାଲ ୱାୟାର): ଟ୍ରପ୍ ଲାଇନ୍ ପ୍ରଭାବରେ ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ଥଣ୍ଡା ଜାରି ରହିବା ସହ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
ଉତ୍ତର ଓଡିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ସୋନପୁର, କଳାହାଣ୍ଡି ଓ କନ୍ଧମାଳରେ ବର୍ଷା ଆଶଙ୍କା ରହିଛି।
ସେହିପରି ସୁନ୍ଦରଗଡ, ଦେବଗଡ, ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳରେ ଥଣ୍ଡା ପବନ ବହିବା ସହ ତାପମାତ୍ରା ହ୍ରାସ ପାଇବ ।
କନ୍ଧମାଳ, ପୁରୀ, ଖୋର୍ଦ୍ଧା, ସୋନପୁର ଓ କଳାହାଣ୍ଡି ଆଦି ସ୍ଥାନରେ କୁହୁଡିର ପରିମାଣ ତୁଳନାତ୍ମକ ଭାବେ ବଢିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ନୂଆବର୍ଷର ପହିଲି ସପ୍ତାହ ସାମାନ୍ୟ ବର୍ଷା ଓ ପ୍ରବଳ ଥଣ୍ଡା ସହ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବରଗଡ, ସୋନପୁର, ବାଲେଶ୍ଵର, କନ୍ଧମାଳ ଆଦି ସ୍ଥାନରେ ବର୍ଷା ରେକର୍ଡ ହୋଇଛି ।
ଲୋକାଲ ୱାୟାର
Leave a Reply