ରାଉରକେଲା, ଅକ୍ଟୋବର ୨୧ (ଲୋକାଲ ୱାୟାର) : ରାଉରକେଲାରେ ନିର୍ମାଣ ଶ୍ରମିକଙ୍କ ଜାଲ କାଗଜ ପତ୍ର ଦେଇ ୧୨ କୋଟି ଟଙ୍କାର ଜିଏସ୍ଟି ଠକେଇ ହୋଇଥିବା ନେଇ ଅଭିଯୋଗ ହେବା ପରେ ଜିଏସ୍ଟି ବିଭାଗ ତଦନ୍ତ ଆରମ୍ଭ କରିଛି ବୋଲି ବୁଧବାର ଜଣେ ଅଧିକାରୀ କହିଛନ୍ତି ।
ନିର୍ମାଣ ଶ୍ରମିକଙ୍କ ନାଁରେ ଜାଲ୍ କାଗଜପତ୍ର ଦେଇ ବିଭିନ୍ନ କମ୍ପାନୀ ଖୋଲି ଏହି ଠକେଇ ହୋଇଛି ।
ଜାଲ୍ ଆକାଉଣ୍ଟ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କରେ ମିଡଟାଉନ୍ ଶାଖାରେ ଖୋଲାଯାଇଥିବା ସୂଚନା ମିଳିଛି ।
ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି । ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ଖୋଳତାଡ ଆରମ୍ଭ ହୋଇଛି ।
ରାଉରକେଲା ସହରର ବସ୍ତି ଅଞ୍ଚଳରେ ରହୁଥିବା ବିଶ୍ୱଜିତ୍ ତାଣ୍ଡିଆଙ୍କ ନାଁରେ ଜାଲ୍ ଆକାଉଣ୍ଟ ଖୋଲା ଯାଇଥିବା ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ଏହାର ପରେ ସାଙ୍ଘାତିକ ସତ ସାମ୍ନାକୁ ଆସିଛି ।
ଲୋକାଲ ୱାୟାର
Leave a Reply