କେନ୍ଦ୍ରାପଡ଼ା, ଅଗଷ୍ଟ ୨୪(ଲୋକାଲ ୱାୟାର): କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାରେ ଧରାପଡ଼ିଥିବା ଏକ ବିରଳ ସାପକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ସୋମବାର କହିଛନ୍ତି ସ୍ନେକ୍ ହେଲ୍ପଲାଇନ ମୁଖ୍ୟ ଶୁଭେନ୍ଦୁ ମଲ୍ଲିକ ।
ରାଜକନିକା ବ୍ଳକ ଅନ୍ତର୍ଗତ ଗଙ୍ଗନଗର ଗ୍ରାମର ତପନ କୁମାର ଜେନା ରବିବାର ତାଙ୍କ ଘରେ ଏକଧଳା ସାପ ଦେଖିବାକୁ ପାଇଥିଲେ । ସେ ବାଡ଼ି ସହାୟତାରେ ସାପଟିକୁ ଏକ ଜାରରେ ଭର୍ତ୍ତି କରିବାରେ ସଫଳ ହୋଇଥିଲେ ।
ଏହା ପରେ ସାପଟିର ଫଟୋ ସେ ସ୍ନେକ୍ ହେଲ୍ପଲାଇନ ମୁଖ୍ୟ ତଥା ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ୱାଇଲ୍ଡଲାଇଫ ୱାର୍ଡେନ ଶୁଭେନ୍ଦୁ ମଲ୍ଲିକଙ୍କ ନିକଟକୁ ପଠାଇଥିଲେ ।
ଶ୍ରୀ ମଲ୍ଲିକଙ୍କ ନିର୍ଦ୍ଦେଶରେ ସ୍ନେକ୍ ହେଲ୍ପଲାଇନର ସଦସ୍ୟ ନଳିନୀ ପ୍ରସାଦ ଦାସ ଉକ୍ତ ଗ୍ରାମରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହ ଜନବସତିରୁ ପ୍ରାୟ ୧୦ କିଲୋମିଟର ଦୂରରେ ଛାଡ଼ି ଦେଇଥିବା କହିଛନ୍ତି ।
ଶ୍ରୀ ମଲ୍ଲିକ କହିଛନ୍ତି ଯେ ଏହି ସାପ ସାଧାରଣତଃ ବିରଳ ଶ୍ରେଣୀର । ଏହାକୁ ଲିଉସିଷ୍ଟିକ୍ କମନ୍ କ୍ରେଟ୍ କୁହାଯାଏ ।
ଲୋକାଲ ୱାୟାର
Leave a Reply