ଭୁବନେଶ୍ୱର, ଅଗଷ୍ଟ ୩୧ (ଲୋକାଲ ୱାୟାର) : ରାଜଧାନୀ ଭୁବନେଶ୍ୱରରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି ବୋଲି ବିଏମସି ସୋମବାର କହିଛି ।
ମୃତକ ଜଣକ ଏନଫୋର୍ସମେଣ୍ଟ ଇନିସପେକ୍ଟର ପ୍ରଫୁଲ୍ଲ କୁମାର ବେହେରା । ସେ ବିଏମ୍ସିର ଦକ୍ଷିଣ ପୂର୍ବ ଜୋନରେ କାର୍ଯ୍ୟରତ ଥିଲେ ।
ଶ୍ରୀ ବେହେରା କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଗଷ୍ଟ ୨୨ରେ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।
ଅଗଷ୍ଟ ୩୧ ତାରିଖରେ ସେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଶ୍ରୀ ବେହେରା କୋଭିଡ୍ ଯୁଦ୍ଧ ସମୟରେ ଦକ୍ଷିଣ ପୂର୍ବ ଜୋନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଲୋକାଲ ୱାୟାର
Leave a Reply