ଭୁବନେଶ୍ୱର, ନଭେମ୍ବର ୨୨(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ରବିବାର ପୁଣି ୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୭ ଜଣ ସୁସ୍ଥ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ କହିଛି ।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ୩୧ ଜଣ ସ୍ଥାନୀୟ ସଂକ୍ରମିତ ।
ଏ ପର୍ଯ୍ୟନ୍ତ ରାଜଧାନୀରେ ମୋଟ ୩୦ ହଜାର ୪୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୦୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୯ ହଜାର ୬୬୦ ଜଣ ସୁସ୍ଥ ହୋଇଛନ୍ତି । ଏବେ ୫୭୬ ଜଣ ଆକ୍ଟିଭ୍ ରୋଗୀ ଅଛନ୍ତି ।
ଲୋକାଲ ୱାୟାର
Leave a Reply