ଭୁବନେଶ୍ୱର, ଡିସେମ୍ବର ୭(ଲୋକାଲ ୱାୟାର): ଥିଲେ ଦିଅ, ନଥିଲେ ନିଅ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଉଡ୍ର ଚାରିଟେବଲ୍ ଟ୍ରଷ୍ଟ ତରଫରୁ କଟକ ସିଡିଏ ମଣ୍ଡା ସାହି ଠାରେ ଅନୁଷ୍ଠିତ ହୋଇଯାଇଛି ।
ବିଶିଷ୍ଟ ଅଭିନେତା ଓ ଉଡ୍ର ଚାରିଟେବଲ୍ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ପାଖାପାଖି ୩ହଜାରରୁ ଅଧିକ ପୁରୁଣା ଓ ନୂଆ ବସ୍ତ୍ର ବଣ୍ଟନ କରାଯାଇଥିଲା ।
ଥିଲେ ଦିଅ, ନଥିଲେ ନିଅ କାର୍ଯ୍ୟକ୍ରମ ମାଧ୍ୟମରେ ଉଡ୍ର ଚାରିଟେବଲ ଟ୍ରଷ୍ଟ ନୂଆ ଓ ପୁରୁଣା ବସ୍ତ୍ର ସଂଗ୍ରହକରି ବିଗତ ୪ବର୍ଷ ହେବ ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ ଜାରି ରଖିଛି ।
ଆପଣଙ୍କ ପାଖରେ ଥିବା ପୁରୁଣା ବସ୍ତ୍ରକୁ ଆପଣମାନେ ନଷ୍ଟ ନକରି ଓଡ଼ିଶାର ସମସ୍ତ ପ୍ୟାରିସ୍ ବେକରୀ ଆଉଟଲେଟ୍ ଠାରେ ଥିବା ଉଡ୍ର ବ୍ଲେସିଙ୍ଗ୍ ବ୍ଲକରେ ଦାନ କଲେ ସେଗୁଡ଼ିକୁ ଉଡ୍ରର ସଦସ୍ୟମାନେ ସଂଗ୍ରହ କରି ଡ୍ରାଇ କ୍ଲିନ୍ କରି ଗରିବ ଲୋମାନଙ୍କ ପାଖରେ ପହଞ୍ଚାଇବେ ଏବଂ ସେମାନଙ୍କ ମୁହଁରେ ହସ ଫୁଟାଇବେ ।
ଚାଲନ୍ତୁ ଆମ ବସ୍ତ୍ରକୁ ଦେବା ଏକ ନୂଆ ଜୀବନ ବୋଲି ଆକାଶ ସମସ୍ତଙ୍କୁ ନିବେଦନ କରିଛନ୍ତି ।
ଲୋକାଲ ୱାୟାର
Leave a Reply