ଭୁବନେଶ୍ୱର, ଡିସେମ୍ବର ୨୭(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ଏବେ ମାତ୍ର ୩୦୧ ଜଣ ସକ୍ରିୟ କରୋନା ରୋଗୀ ଥିବା ବିଏମସି(ଭୁବନେଶ୍ୱର ମହାନଗର ନିଗମ) ରବିବାର କହିଛି ।
ରବିବାର ରାଜଧାନୀରେ ଆଉ ୧୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୪୧ ଜଣ ସୁସ୍ଥ ହୋଇଛନ୍ତି ।
ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୭ ଜଣ ସ୍ଥାନୀୟ ସଂକ୍ରମିତ ।
ଏପର୍ଯ୍ୟନ୍ତ ରାଜଧାନୀରେ ମୋଟ ୩୧ ହଜାର ୫୫୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୦ ହଜାର ୯୯୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩୮ ଜଣଙ୍କ ମୃତ୍ୟୁ ହୋଇଛି ।
ଲୋକାଲ ୱାୟାର
Leave a Reply