ଭୁବନେଶ୍ୱର, ଅଗଷ୍ଟ ୧୬(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ୫୨୮୯ରେ ପହଞ୍ଚିଥିବା ବିଏମସି ରବିବାର କହିଛି ।
ରବିବାର ଚିହ୍ନଟ ହୋଇଥିବା ୧୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୯୨ ଜଣ କ୍ୱାରେଣ୍ଟାଇନରେ ଏବଂ ୭୮ ଜଣ ସ୍ଥାନୀୟ ସଂକ୍ରମିତ ।
ଏ ପର୍ଯ୍ୟନ୍ତ ମୋଟ ୨୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।
ରବିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନିଳାଦ୍ରୀ ବିହାରରୁ ୬ଜଣ, ପଟିଆ ଶିଖରଚଣ୍ଡୀ ବିହାରରୁ ୫ ଜଣ, ନିଳାଦ୍ରୀ ବିହାର ରିକ୍ସା କଲୋନି, ବୁଦେ୍ଧଶ୍ୱରୀ କଲୋନି ଏବଂ ଏକ କ୍ୱାରେଣ୍ଟାଇନ ସେଣ୍ଟରରୁ ୪ ଜଣ ଲେଖାଏଁ ଅଛନ୍ତି ।
ଭିଏସଏସ ନଗର ତାରିଣୀ ବସ୍ତି, ଏକ ପ୍ରାଇଭେଟ ହସପିଟାଲ ଏବଂ କେନ୍ଦ୍ର ସରକାରଙ୍କ ଏକ କାର୍ଯ୍ୟାଳୟରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ଭରତପୁର, ଡୁମଡୁମା, ନୟାପଲ୍ଲୀ ବେହେରା ସାହି, କୋଳଥିଆ, କିଟ୍ ପାଖ ଶିଖରଚଣ୍ଡୀ ନଗର, ଅଶୋକ ନଗର, ଆଇଆରସି ଭିଲେଜ ଭିଆଇପି କଲୋନି ଏବଂ ପଟିଆରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।
ଅନ୍ୟ ୪୦ଟି ସ୍ଥାନରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ବେଳେ ଭିନ୍ନ ଭିନ୍ନ ପ୍ରାଇଭେଟ ହସପିଟାଲରୁ ୩ ଜଣ ଆକ୍ରାନ୍ତ ହୋଇଛନ୍ତି ।ସେହିପରି ସ୍ଥାନୀୟ ସଂକ୍ରମିତ ଭାବେ ଚିହ୍ନଟ ହୋଇଥିବା ୭୮ ଜଣଙ୍କ ମଧ୍ୟରେ ପଟିଆରୁ ୬ଜଣ, ଡୁମଡୁମା, ଭରତପୁର, ମଞ୍ଚେଶ୍ୱର ଗୋଟାପଡ଼ାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।
ଡୁମଡୁମା ରଘୁନାଥନଗର, ଜାଗମରା, ନିଳାଦ୍ରୀବିହାର, ପଟିଆ ଶିଖରଚଣ୍ଡୀ ବିହାର ଏବଂ ଶୈଳଶ୍ରୀବିହାରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।
ରାଜଧାନୀର ଅନ୍ୟ ୫୩ଟି ସ୍ଥାନରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ରାଜଧାନୀରେ ରବିବାର ୧୮୪ ଜଣ ସୁ୍ସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୪୩୫ରେ ପହଞ୍ଚିଛି ।
୧୮୨୩ ଜଣ ଆକ୍ଟିଭ୍ ରୋଗୀ ଏବେ ଚିକିତ୍ସିତ ହେଉଛନ୍ତି ।
ଲୋକାଲ ୱାୟାର
Leave a Reply