ଭୁବନେଶ୍ୱର, ନଭେମ୍ବର ୨୯(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ୩୦ ହଜାରକୁ (୩୦ ହଜାର ୨୭) ଟପିଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମସି) ରବିବାର କହିଛି ।
ରବିବାର ରାଜଧାନୀରେ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨ ଜଣ ସୁସ୍ଥ ହୋଇଛନ୍ତି ।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ୨୨ ଜଣ ସ୍ଥାନୀୟ ସଂକ୍ରମିତ ।
ଏ ପର୍ଯ୍ୟନ୍ତ ରାଜଧାନୀରେ ମୋଟ ୩୦ ହଜାର ୭୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫୬ ଜଣ ଆକ୍ଟିଭ ରୋଗୀ ଅଛନ୍ତି ।
ଲୋକାଲ ୱାୟାର
Leave a Reply