ଭୁବନେଶ୍ୱର, ଡିସେମ୍ବର ୨(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରେ ହାଲୁକା (ବାଇକ ମଧ୍ୟ) ଓ ଭାରୀ ଯାନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୫୦ କିଲୋମିଟର ରହିବ ବୋଲି କମିଶନେରେଟ ପୁଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ରାଜଧାନୀର ବିଭିନ୍ନ ରାସ୍ତାରେ ଗାଡ଼ିର ବେଗ ନିର୍ଦ୍ଧାରଣ କରାଯାଇଛି ।
ସହର ମଧ୍ୟର ବିଭିନ୍ନ ରାସ୍ତାରେ ଏହା ଘଣ୍ଟା ପ୍ରତି ୫୦ କିଲୋମିଟର ଥିବା ବେଳେ ଜାତୀୟ ରାଜପଥର ପଳାଶୁଣି ଛକରୁ ବାଲିକୁଦା (କଟକ) ମଧ୍ୟରେ ସର୍ବାଧିକ ଘଣ୍ଟା ପ୍ରତି ୭୦ କିଲୋମିଟର ରହିବ ।
ଏହି ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ଉପରେ ଜରିମାନା କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ଲୋକାଲ ୱାୟାର
Leave a Reply