• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ରାଜଧାନୀରେ ଟୋକାଙ୍କ ଖଟି, ଆଡ୍ଡା ଉପରେ ଚଢ଼ାଉ କରିବ ପୁଲିସ

ରାଜଧାନୀରେ ଟୋକାଙ୍କ ଖଟି, ଆଡ୍ଡା ଉପରେ ଚଢ଼ାଉ କରିବ ପୁଲିସ

February 21, 2020 By Jharana Jena Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୨୦ (ଲୋକାଲ ୱାୟାର): ବେଆଇନ ମଦ୍ୟପାନ ଓ ଡ୍ରଗ୍ସ ସେବନରେ ତରୁଣମାନଙ୍କ ସଂପୃକ୍ତି ଯୋଗୁଁ କମିଶନରେଟ ପୁଲିସ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ୧୮ ବର୍ଷରୁ ଅଧିକ ଅପରାଧୀଙ୍କୁ ତଡ଼ିପାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ।

ନିକଟରେ ଦୁଇ ନମ୍ବର ମାର୍କେଟରେ ହୋଇଥିବା ଭଙ୍ଗାରୁଜା ଓ ପୋଷ୍ଟାଲ କଲୋନୀରେ ଜଣେ ଯୁବକଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣରେ ବହୁ ସଂଖ୍ୟକ ତରୁଣ ଜଡ଼ିତ ଥିବା ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ନିଆଯାଇଛି ।

ମାର୍କେଟ ବିଲଡିଂ ଘଟଣାରେ ୩୪ ଅଭିଯୁକ୍ତଙ୍କ ମଧ୍ୟରୁ ୧୯ ଜଣଙ୍କ ବୟସ ୧୮ରୁ କମ୍ ଥିଲା । ଓଡ଼ିଶା ସହରାଞ୍ଚଳ ପୁଲିସ ନିୟମ ଅନୁସାରେ ୪ ଜଣଙ୍କୁ ତଡିପାର ପ୍ରକ୍ରିୟାରେ ଭୁବନେଶ୍ୱର ବାହାରକୁ ପଠାଇ ଦିଆଯାଇଛି ।

ଡ୍ରଗ୍ସ ଓ ଅସାମାଜିକ କାର୍ଯ୍ୟକଳାପ ନିର୍ମୂଳ କରିବାକୁ କମିଶନରେଟ ପୁଲିସ ଉଦ୍ୟମ ଆରମ୍ଭ କରିଛି ।

ଯେଉଁଥିରେ ୧୫୦ ଚୋରା ଡ୍ରଗ୍ସ ବେପାରୀ ଗିରଫ ହୋଇ ସାରିଥିବା ବେଳେ ୧୫ ଜଣଙ୍କୁ ଜାତୀୟ ନିରାପତ୍ତା ଆଇନ ବଳରେ ଅଟକ ରଖାଯାଇଛି ।

୧୭ରୁ ୨୦ ବୟସ ବର୍ଗର ପିଲାମାନେ ଦେଖା ଯାଉଥିବା ବିଭିନ୍ନ ଖଟି ଓ ଆଡ୍ଡା ଉପରେ ଚଢ଼ାଉ କରିବା ପାଇଁ ଏକ ୧୫ ଦିନିଆ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ ।

ଏପରି କାମରେ ଲିପ୍ତ ରହୁଥିବା ପିଲାମାନଙ୍କୁ ସହର କିମ୍ବା ନିର୍ଦ୍ଦିଷ୍ଟ ସ୍ଥାନରୁ ତଡିପାର କରିବାକୁ କାରଣଦର୍ଶାଅ ନୋଟିସ ଦିଆଯିବ ।

ନିକଟରେ ହୋଇଥିବା ଏକ ବୈଠକରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଭୁବନେଶ୍ୱର ଡିସିପି ଓ ଆଇଆଇସିମାନଙ୍କୁ ଯୁବ ବର୍ଗଙ୍କୁ କେନ୍ଦ୍ର କରି ନିବାରଣ ଓ ପ୍ରବର୍ତ୍ତନ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି ।

ସମନ ବେଳେ ଯୁବକମାନଙ୍କ ଅଭିଭାବକଙ୍କୁ ସାମିଲ କରିବାକୁ ପୁଲିସର ଯୋଜନା ରହିଛି ଓ ଅଧିକାରୀମାନଙ୍କୁ ଏହା ସୁନିଶ୍ଚିତ କରିବାକୁ କୁହାଯାଇଛି । ପୁଲିସର ଆଶା ରହିଛି ଯେ, ଖଟିରେ ବସି ବେଆଇନ ମଦ୍ୟପାନ, ଡ୍ରଗ୍ସ ସେବନ, ମହିଳା ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରୁଥିବା କିଶୋର ଓ ଯୁବକମାନଙ୍କ ଅଭିଭାବକମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ସେମାନେ ସାବାଡ ହେବେ ।

ମହିଳା, ଝିଅ ଓ ସାଧାରଣ ନାଗରିକଙ୍କ ଯିବା ଆସିବା ସ୍ୱାଧୀନତାରେ ବାଧକ ସାଜୁଥିବା ବ୍ୟକ୍ତିଙ୍କୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଡିସିପି, ଭୁବନେଶ୍ୱର ଓ ଆଇଆଇସିମାନଙ୍କୁ ଅସାମାଜିକ କାର୍ଯ୍ୟକଳାପ ତଥା ଅଶୋଭନୀୟ ଆଚରଣ ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ ପ୍ରତି ଜିରୋ-ଟଲେରାନ୍ସ ପ୍ରଦର୍ଶନ କରିବାକୁ କୁହାଯାଇଛି ।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟାଳୟ Tagged With: ଓଡିଶା, ଘଟଣା, ଭୁବନେଶ୍ୱର

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire