ଭୁବନେଶ୍ୱର, ଏପ୍ରିଲ ୨୪(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳା ନିଜକୁ ଆଇପିଏସ୍ ଅଫିସର ଭାବେ ପରିଚୟ ଦେଇ ବିଭିନ୍ନ ପୁଲିସ ଅଫିସରଙ୍କୁ କାମ ବରାଦ କରୁଥିବା ସୂଚନା ମିଳିବା ପରେ ତାଙ୍କୁ ଥାନାକୁ ଆଣି ଚେତାବନୀ ଦେଇ ଛାଡ଼ି ଦିଆଯାଇଥିବା ପୁଲିସ କହିଛି ।
ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳର ସଂପୃକ୍ତ ମହିଳାଙ୍କ ସ୍ୱାମୀ କମିଶନେରେଟ ପୁଲିସରେ କନଷ୍ଟେବଳ ଭାବେ କାର୍ଯ୍ୟରତ । ମହିଳା ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀରେ ବିବାହ କରିଛନ୍ତି ।
ତେବେ ମହିଳା ଜଣଙ୍କ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଆଇପିଏସ୍ ଅଫିସର ହେବାକୁ ତାଙ୍କର ଇଚ୍ଛା । ଏପରିକି ସେ ପୁଲିସ ପୋଷାକ ଓ ଖେଳାନା ବନ୍ଧୁକ ମଧ୍ୟ ରଖିଛନ୍ତି ।
୧୫ ଦିନ ତଳେ ସେ ରିଜର୍ଭ ଇନ୍ସପେକ୍ଟର (ଆରଆଇ) ବିଜୟ ରତନମଙ୍କୁ ଫୋନ୍ କରି ନିଜକୁ ଆଇପିଏସ୍ ପରିଚୟ ଦେଇ ବିଜୁ ପଟ୍ଟନାୟକ ପୁଲିସ୍ ଏକାଡେମୀରେ ଟ୍ରେନିଂ ଦେଉଥିବା କହିଥିଲେ ।
କରୋନା ପାଇଁ ରାଜଧାନୀରେ ପୋଷ୍ଟିଂ ହୋଇଥିବା କହିଥିଲେ । ବିଭିନ୍ନ କନଷ୍ଟେବଳଙ୍କ ଡୁ୍ୟଟି ବଦଳାଇବାକୁ ମଧ୍ୟ ନିଦେ୍ର୍ଦଶ ଦେଇଥିଲେ ।
ଏହିପରି ରାଜଧାନୀର ବିଭିନ୍ନ ସ୍ଥାନରେ ସେ ପୁଲିସ ପୋଷାକ ପିନ୍ଧି ଟ୍ରାଫିକ୍ ନିୟନ୍ତ୍ରଣ କିପରି ହେଉଛି ଦେଖୁଥିଲେ ମଧ୍ୟ ।
ତେବେ ନିକଟରେ ସେ ଡିସିପି ଅନୁପ ସାହୁଙ୍କୁ ଫୋନ୍ କରି ଏପରି କିଛି ନିଦେ୍ର୍ଦଶ ଦେବା ପରେ ତାଙ୍କ ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଥିଲା ।
ମୋବାଇଲ ଫୋନ୍ ଟ୍ରାକିଂ କରି ଫରେଷ୍ଟପାର୍କ ସ୍ଥିତ ତାଙ୍କ ଘରୁ ତାଙ୍କୁ ପୁଲିସ ଥାନାକୁ ଆଣିଥିଲା । ମାତ୍ର ସେ ଗର୍ଭବତୀ ଥିବାରୁ ତାଙ୍କୁ ଚେତାବନୀ ଦେଇ ଛାଡ଼ଇ ଦିଆଯାଇଛି ।
ଲୋକାଲ ୱାୟାର
Leave a Reply