ଭୁବନେଶ୍ୱର, ଜାନୁଆରୀ ୨୨(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ଏପ୍ରିଲ ପହିଲାରୁ ନୂଆ ଦରରେ ପାର୍କିଂ ଫି’ ଲାଗୁ କରିବାକୁ ବିଏମସି ପ୍ରକ୍ରିୟା ଆରମ୍ଭ କରିଛି ।
ଭୁବନେଶ୍ୱରର ୩୨ ସ୍ଥାନରେ ପାର୍କିଂ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବା ବେଳେ ଘଣ୍ଟା ଅନୁସାରେ ପାର୍କିଂ ଫି’ ଆଦାୟ କରାଯିବ ।
ଟେଣ୍ଡର ଅନୁସାରେ, ଯେ କୌଣସି ସ୍ଥାନରେ ୨ ଘଣ୍ଟାରୁ ଅଧିକ ସମୟ ପାଇଁ ଦୁଇ ଓ ତିନି ଚକିଆ ଗାଡ଼ି ରଖିଲେ ୫ ଟଙ୍କା, ୪ ଚକିଆ ପାଇଁ ୨୦ ଟଙ୍କା ଓ ଚାରି ଚକିଆ ଭାରିଯାନ ପାଇଁ ୨୫ ଟଙ୍କା ଦେବାକୁ ପଡିବ ।
୨ରୁ ୩ ଘଣ୍ଟା ପାର୍କିଂ କଲେ ଦୁଇ ଚକିଆ ଯାନ ପାଇଁ ୧୫ ଟଙ୍କା, ତିନି ଚକିଆ ଯାନ ପାଇଁ ୨୦ ଟଙ୍କା, ଚାରି ଚକିଆ ପାଇଁ ୪୦ ଟଙ୍କା ଓ ଭାରି ଯାନ ପାଇଁ ୫୦ ଟଙ୍କା ଆଦାୟ ହେବ ।
୩ରୁ ୪ ଘଣ୍ଟା ପାର୍କିଂ ପାଇଁ ଦୁଇ ଚିକିଆଙ୍କୁ ୨୫ ଟଙ୍କା, ୩ ଚକିଆଙ୍କୁ ୩୫, ୪ ଚକିଆଙ୍କୁ ୬୦ ଓ ଭାରିଯାନକୁ ୭୫ ଟଙ୍କା ଦେବାକୁ ହେବ ।
ସେହିଭଳି ୪ରୁ ୫ ଘଣ୍ଟା ପାଇଁ ଦୁଇ ଚକିଆଙ୍କୁ ୩୫, ୩ ଚିକିଆଙ୍କୁ ୫୦, ୪ ଚିକିଆଙ୍କୁ ୮୦ ଓ ୪ ଚକିଆ ଭାରିଯାନକୁ ୧୦୦ ଟଙ୍କା ଦେବାକୁ ପଡ଼ିବ ।
ହେଲେ ସାଇକେଲ ପାଇଁ କୌଣସି ପାର୍କିଂ ଫି’ ଦେବାକୁ ପଡ଼ିବ ନାହିଁ ବୋଲି ବିଏମସି କହିଛି ।
ଲୋକାଲ ୱାୟାର
Leave a Reply