ଭୁବନେଶ୍ୱର, ନଭେମ୍ବର ୨୭(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୫ଶହ ରୁ ତଳକୁ (୪୮୩) ହ୍ରାସ ପାଇଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ କୁହାଯାଇଛି ।
ଶୁକ୍ରବାର ରାଜଧାନୀରେ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୪ ଜଣ ସୁସ୍ଥ ହୋଇଛନ୍ତି ।
ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୧ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ୨୭ ଜଣ ସ୍ଥାନୀୟ ସଂକ୍ରମିତ ।
ଏ ପର୍ଯ୍ୟନ୍ତ ରାଜଧାନୀରେ ମୋଟ ୩୦ ହଜାର ୬୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୧୫ ଜଣଙ୍କ ମତ୍ଯୁ ହୋଇଥିବା ବେଳେ ୨୯ ହଜାର ୯୨୯ ଜଣ ସୁସ୍ଥ ହୋଇଛନ୍ତି ।
ଲୋକାଲ ୱାୟାର
Leave a Reply