ଭୁବନେଶ୍ୱର, ଡିସେମ୍ବର ୮(ଲୋକାଲ ୱାୟାର): ରାଜଧାନୀ ଉପକଣ୍ଠ ବାରଙ୍ଗ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ କର୍ମଚାରୀମାନେ ୧୭ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି ।
ବାରଙ୍ଗ ଅଞ୍ଚଳର ଦୁଇ ଯୁବକ ସନ୍ତୋଷ ବେହେରା ଓ ପ୍ରଶାନ୍ତ ବେହେରା ବ୍ରାଉନସୁଗର କାରବାରରେ ଲିପ୍ତ ଥିବା ସୂଚନା ଗୁଇନ୍ଦା ବିଭାଗକୁ ମିଳିଥିଲା ।
ମଙ୍ଗଳବାର ସେମାନେ ଖୋର୍ଦ୍ଧାରୁ ବ୍ରାଉନସୁଗର ଧରି ଆସୁଥିବା ଖବର ମିିଳିବା ପରେ ଅବକାରୀ କର୍ମଚାରୀମାନେ ଛକି ରହିଥିଲେ ।
ଏକ ବାଇକରେ ସେମାନେ ପହଞ୍ଚିବା ପରେ ସେମାନଙ୍କୁ ଯାଞ୍ଚ କରାଯିବାରୁ ୧୬୫ ଗ୍ରାମର ବ୍ରାଉନସୁଗର ମିଳିଥିଲା ।
ସେମାନେ କେଉଁଠାରୁ ବ୍ରାଉନସୁଗର ଆଣି ବିକୁଥିଲେ ସେ ନେଇ ତଦନ୍ତ ଚାଲିଥିବା ଅଧିକାରୀ କହିଛନ୍ତି ।
ଲୋକାଲ ୱାୟାର
Leave a Reply