ଭୁବନେଶ୍ୱର, ଜାନୁଆରୀ ୨୫(ଲୋକାଲ ୱାୟାର): ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଚଣ୍ଡୀ ପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ‘ପ୍ରଥମ ରାଜଧାନୀ ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି ।
ମହୋତ୍ସବରେ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଅବସର ପ୍ରାପ୍ତ ପ୍ରସାଶକ ଶରତ ଦାସ, ମୁସକାନ ଫୁଡର ଏ୍ମଡି ସୁନୀଲ ମୂରାକା, ଆଇଟିଏସଟି ର ପ୍ରିନ୍ସପାଲ ଅଳକାନନ୍ଦ ଯୋଶୀ, ଅଲ୍ ଇଣ୍ଡିଆ ଟ୍ୟାଲେଣ୍ଟ ସର୍ଚ୍ଚର ପ୍ରତିଷ୍ଠାତା ଗୌରୀଶଙ୍କର ପଣ୍ଡା ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହ ସଡ଼କ ସୁରକ୍ଷା ନେଇ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରିଛନ୍ତି ।
କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଅର୍ଜିତ ଘୋଷ ଭାରତନାଟ୍ୟମ୍ ନୃତ୍ୟ ଆଧାରରେ ପରିବେଷଣ କରିଥିଲେ ମୀରା ଭଜନ ।
ଏହାପରେ ରାଉରକେଲା ଶ୍ରୀଜଗନ୍ନାଥ କଳା ପରିଷଦର ଶିଳ୍ପୀ ମାନେ ଓଡ଼ିଶୀ ନୃତ୍ୟ ଆଧାରରେ ଦୁର୍ଗା ତାଣ୍ଡବ ପରିବେଷଣ କରିଥିବାବେଳେ କଳିକା ଡ୍ୟାନ୍ସ ଏକାଡେମୀର କଳାକାରମାନେ ସମ୍ୱଲପୁରୀ ନୃତ୍ୟ ପରିବଷେଣ କରିଥିଲେ ।
କାର୍ଯ୍ୟକ୍ରମର ଆକର୍ଷଣ ସାଜିଥିଲା ଶୁଭମ ବାରିକଙ୍କ ମିମିକ୍ରି । ସେହିପରି ସନ୍ଧ୍ୟା ଅଧିବେଶନରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ସନ୍ଧ୍ୟାରେ ଅତିଥି ଭାବେ ଓଡ଼ିଆ ଭାଷା ସଂସ୍କୃତି ଓ ସାହିତ୍ୟ ବିଭାଗ ସଚିବ ରଞ୍ଜନ କୁମାର ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ବରିଷ୍ଠ ଚିକିତ୍ସକ ଡ. ମନୋଜ କୁମାର ସାହୁ, ପ୍ରଥମ ଦିବ୍ୟାଙ୍ଗ ଓଏଏସ୍ ଡ. ବିଭୁତି ଭୂଷଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ ।
ଅନୁଷ୍ଠାନର କାର୍ଯ୍ୟର୍ନିବାହୀ ଅମୀୟବାଳା ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମଳୟ ରାଉତରାୟ ଏବଂ ସଂଯୋଜନା କରିଥିଲେ କାଦମ୍ୱରୀ ।
ଲୋକାଲ ୱାୟାର
Leave a Reply